Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ପାର୍ବଣ ପୂଜା ପେଣ୍ଡାଲରେ ଆଇନ ସମ୍ମତ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପାଇଁ ଟିପିଡବ୍ଲୁଓଡିଏଲ୍ କଲା ଅନୁରୋଧ

ଚଳିତ ପାର୍ବଣ ପୂଜା ପେଣ୍ଡାଲରେ ଆଇନ ସମ୍ମତ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପାଇଁ ଟିପିଡବ୍ଲୁଓଡିଏଲ୍ କଲା ଅନୁରୋଧ

ସମ୍ବଲପୁର: ଚଳିତ ପାର୍ବଣ ଋତୁରେ ବିଭିନ୍ନ ଦେବା ଦେବୀଙ୍କ ନିମନ୍ତେ ପେଣ୍ଡାଲ୍ ତିଆରି କରାଯାଇ ଉତ୍ସବ ପାଳନ କରାଯାଇଥାଏ । ଏହି ପେଣ୍ଡାଲମାନଙ୍କରେ ବିଭିନ୍ନ ଆଲୋକର ସାଜସଜ୍ଜା ମଧ୍ୟ କରାଯାଇଥାଏ । ଏହି ସବୁ ପେଣ୍ଡାଲକୁ ବିଦ୍ୟୁତ୍ ସଂଯୋଗ କରିବା ନିମନ୍ତେ ଆୟୋଜକ କମିଟିମାନଙ୍କୁ ଟିପିଡବ୍ଲୁଓଡିଏଲ୍ ତରଫରୁ ଅନୁରୋଧ କରାଯାଉଅଛି ଯେ, ସମସ୍ତ କମିଟି ନିକଟସ୍ଥ ବିଦ୍ୟୁତ୍ ବିତରକ କମ୍ପାନୀ କାର୍ଯ୍ୟାଳୟରେ ଯୋଗାଯୋଗ କରି ଆଇନ ସମ୍ମତ ଆସ୍ଥାୟୀ ବିଦ୍ୟୁତ୍ ସଂଯୋଗ କରନ୍ତୁ ।

ଅସ୍ଥାୟୀ ରୂପେ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଆଇନରେ ପ୍ରବିଧାନ ଉପଲବ୍ଧ ଅଛି । ଏଣୁ ବିଦ୍ୟୁତ୍ ସଂଯୋଗ ପାଇଁ କୌଣସି ପ୍ରକାରର ଅନୈତିକ ଉପାୟ କିମ୍ବା ହୁକିଂ କରନ୍ତୁ ନାହିଁ । ବେଆଇନ ଭାବରେ ବିଦ୍ୟୁତ୍ ସଂଯୋଗ କରିବା ଦ୍ୱାରା ଅସରୁକ୍ଷିତ ପରିସ୍ଥିତି ସୃଷ୍ଟି ହୋଇଥାଏ ଏବଂ କୌଣସି ପ୍ରକାର ବୈଦ୍ୟୁତିକ ଦୁର୍ଘଟଣା ଦ୍ୱାରା ଧନଜୀବନ ହାନୀ ହେବା ସମ୍ଭାବନା ହେବା ସଙ୍ଗେ ଉତ୍ସବ ପରିବେଶ ନଷ୍ଟ ହୋଇପାରେ । ଏହା ଦ୍ୱାରା ଆବଶ୍ୟକ ଥିବା ବିଦ୍ୟୁତ୍ ଚାହିଦାର ଅନୁମାନ କରାଯାଇପାରେ ନାହିଁ । ଯାହା ଫଳରେ କି ସେହି ଅଞ୍ଚଳର ଟ୍ରାନ୍ସଫରମର ଉପରେ ଅତ୍ୟଧିକ ଲୋଡ ପଡିଲେ, ତାହା ବିଦ୍ୟୁତ୍ ସରବରାହକୁ ବିଚ୍ଚିନ୍ନ ବି କରିପାରେ।

ଏଣୁ ନୈତିକ ଉପାୟରେ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପାଇଁ ଦରଖାସ୍ତ ଦେବା ଫଳରେ ବିଦ୍ୟୁତ୍ ବିତରକ କମ୍ପାନୀର କର୍ମକର୍ତ୍ତା ଆବାଶ୍ୟକତାକୁ ଅନୁମାନ କରି ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ଏଣୁ କମ୍ପାନୀ ତରଫରୁ ଆଇନ ସମ୍ମତ ପ୍ରକ୍ରିୟାରେ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ବିନିତ ଅନୁରୋଧ କରାଯାଉଅଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ