Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀମଦ ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତା,କୁମୁଦିନୀ, ଇପ୍ସିତା ଓ ସୌମ୍ୟା ହେଲେ ବିଜେତା

ସମ୍ବଲପୁର: ଯୁଯୋମୁରା ବ୍ଲକ ର ସମସ୍ତ ହାଇସ୍କୁଲ ପିଲାଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଫୁଲଝରନ ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ସଭା ରେ ଅନୁଷ୍ଠାନ ର ମୁଖ୍ୟ କୁଳଧର ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ଅୟୋଜିତ ଏହି ସଭା ରେ ଶିକ୍ଷାବିତ ତଥା କାର୍ଯ୍ୟକ୍ରମ ରସଂଯୋଜକ ରାଜେନ୍ଦ୍ର ପଣ୍ଡା ପ୍ରତିଯୋଗିତା ର ଉଦେଶ୍ୟ ଓ ନିୟମାବଳୀ ଉପରେ ସୂଚନା ଦେବା ସହ ସମଗ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥେଲେ।ସମ୍ମାନିତ ଅତିଥି ଭାବେ ପ୍ରୋଫେସର ସେବକ ତ୍ରିପାଠୀ , ଇଂଜିନିଅର ବିଭୂତି ନାରାୟଣ ମାଝୀ ଯୋଗ ଦେଇ ପିଲାଙ୍କୁ ଉଦବୋଧନ ଦେଇଥିବା ବେଳେ ଲାଇବ୍ରେରୀ ର ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଏହାକୁ ଉଦଘାଟନ କରିଥିଲେ।ସଭାରେ ଯୁଯୋମୁରା ବ୍ଲକ ର ୧୮ ଟି ହାଇସ୍କୁଲ ଓ ଦୁଇଟି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ର ମୋଟ ୪୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।।ପ୍ରତିଯୋଗିତାରେ କୁମୁଦୁନୀ ବିଶ୍ୱାଳ,ସରକାରୀ ହାଇସ୍କୁଲ ଯୁଯୋମୁରା, ଇପ୍ସିତା କୁମ୍ଭାର ଟାମ୍ପରଗଡ଼ ପଞ୍ଚାୟତ ହାଇସ୍କୁଲ ଓ ସୌମ୍ୟା ସୋହାନୀ ପ୍ରଧାନ କବରାପାଲି ଭିଏସଏସ ହାଇସ୍କୁଲ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରଛନ୍ତି।
ବିଚାରକ ଭାବେ ଚିନ୍ତାମଣି ଭୋଇ,ଦୁର୍ଗା ଶଙ୍କର ପାଣିଗ୍ରାହୀ ଓ ରାମକୃଷ୍ଣ ଦୋରା ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସମେତ ଲାଇବ୍ରେରୀ ତରଫରୁ ସୁଶାନ୍ତ ଗୁରୁ, ଶ୍ରୀବତ୍ସ ପଣ୍ଡା,ରାହାସ ବିହାରୀ ପଣ୍ଡା ଓ ଅଭେଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।କବରା ପାଲି ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ନମୁନା ଆବୃତ୍ତି କରିଥିଲେ।ସଂସ୍କୁତ ସାହିତ୍ୟ ବିଦୁଷୀ ଡ଼. ସରିତା ମାଝୀ ଙ୍କ ସ୍ମରଣରେ ଏହି ପ୍ରତିଯୋଗିତା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପୃଥକ ପୃଥକ ଭାବେ ଅନୁଷ୍ଠିତ ହୋଇ ପିଲାଙ୍କୁ ଅର୍ଥ ରାଶି ପୁରସ୍କାର ପ୍ରଦାନ ସହ ସଂସ୍କୃତ ଭାଷା ର ପ୍ରସାର ପାଇଁ ଉଦ୍ୟମ ହେଉଥିବା,ଉଦ୍ୟୋକ୍ତା ବିଭୂତି ନାରାୟଣ ମାଝୀ ସୂଚନା ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ପରିଚାଳନା ରେ ଅରବିନ୍ଦ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଭାଇ ଭଉଣୀ ମାନେ ସହଯୋଗ କରିଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷା ସନ୍ଧ୍ୟା ରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଆସନ୍ତା ରବିବାର ସହରାଞ୍ଚଳ ଆବୃତ୍ତି ପ୍ରତିଯୋଗିତା ପରେ ଉଭୟ ବ୍ଲକ ଓ ସହରାଞ୍ଚଳର କୃତି ପ୍ରତିଯୋଗୀ ଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବ ରେ ପୁରସ୍କୁତ କରାଯିବ ବୋଲି ଲାଇବ୍ରେରୀ ତରଫରୁ ସୂଚନା ଦିଆଯାଇଛି।