Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମା ସମଲେଶ୍ୱରୀ ଙ୍କୁ ଦର୍ଶନ କଲେ ରାଜ୍ୟପାଳ

ସମ୍ବଲପୁର:ଆଜି ସକାଳ ୦୯ ଘଣ୍ଟା ସମୟରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପଟି ମା ସମଲେଶ୍ୱରୀ ଙ୍କ ଦର୍ଶନ କରିବା ସହିତ ବିଭିନ୍ନ ପାରପାର୍ଶ୍ଵିକ ଅଞ୍ଚଳ ପରିଦର୍ଶନ କରିଥିଲେ।
ମାନ୍ୟବର ରାଜ୍ୟପାଳଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଓ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ମା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସଂଜୟ ବାବୁ, ପ୍ରଫୁଲ୍ଲ କୁମାର ହୋତା ପ୍ରମୁଖ ମନ୍ଦିର ଦର୍ଶନ ସହିତ ପରିଦର୍ଶନ ରେ ସହଯୋଗ କରିବା ସହିତ ମା ସମଲେଶ୍ୱରୀ ଙ୍କ ତୈଳଚିତ୍ର ରାଜ୍ୟପାଳ ଙ୍କୁ ପ୍ରଦାନ କରିଥିଲେ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।