କିସ୍ ରେ ନୁଆଁଖାଇଭେଟଘାଟ ହଳଧର, ରିତେନ୍, ଶାଶ୍ୱତ ଓ ମାନସ ସମ୍ବର୍ଦ୍ଧିତ

ସମ୍ବଲପୁର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସ ଆନୁକୁଲ୍ୟ ରେ ତା ଶୁକ୍ରବାର ଦିନ ନୂଆଁଖାଇ ଭେଟ୍ଘାଟ୍ ସମାରୋହ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶ ରେ ଭୁବନେଶ୍ଵର ରେ କମେଡ଼ି କାଉଣ୍ଟ ଡାଉନ ଓଡିଶା ମେଡିଆ ଏଲ୍ଏଲ୍ ପି ପ୍ରତିଷ୍ଠା କରିଥିବା ସମ୍ବଲପୁର ର ଉଦୟୀମାନ ଷ୍ଟାଣ୍ଡଅପ୍ କମେଡିଆନ୍ ରିତେନ୍ ପଟ୍ଟନାୟକ ଲୋକକବି ପଦ୍ମଶ୍ରୀ ହଳଧର ନାଗ, ନୃତ୍ୟ ନିର୍ଦ୍ଦେଶକ ଶାସ୍ୱତ ଯୋଶୀ ଓ ବିଶିଷ୍ଟ ଗାୟକ ମାନସ ଷଡ଼ଙ୍ଗୀ ଙ୍କ ସହିତ ଅତିଥି ଭାବରେ ଯୋଗ ଦେଇ । ରିତେନ୍ ପଟ୍ଟନାୟକ, ହଳଧର ନାଗ, ଶାସ୍ବତ ଯୋଶି ଏବଂ ମାନସ ଙ୍କୁ କିସ୍ ର ମୁଖ୍ୟ ଡ଼ ଅଚ୍ୟୁତ ସାମନ୍ତ ସମର୍ଦ୍ଧିତ କରିଥିଲେ । ରିତେନ୍ କିଛି ସମୟ ଦର୍ଶକ ମାନଙ୍କୁ ତାଙ୍କ ହାସ୍ୟ ଅଭିନୟ ଦ୍ୱାରା ବାନ୍ଧି ରଖିଥିଲେ । ରିତେନ୍ ଭାରତ ର ବିଭିନ୍ନ ନଗର ରେ ତଥା ଓଡ଼ିଶାର ବିଭିନ୍ନ ସ୍ଥାନ ରେ ଷ୍ଟାଣ୍ଡଅପ୍ କମେଡି କରି ଲୋକପ୍ରିୟତା ହାସଲ କରିଛନ୍ତି।