Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖୋଜ ଚାଷୀଙ୍କ ମର ଶରୀର ମିଳିଲା ନିଜ ଜମିରୁ

ସମ୍ବଲପୁର:ଚାଷୀଙ୍କ ମୃତ ଶରୀର ନିଜ ଚାଷ ଜମିରୁ ପୋଲିସ ଉଦ୍ଧାର କରିଛି।ବରଗଡ଼ ଟାଉନ ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ସନ୍ତୋଷ ପାଣ୍ଡେ ନିଖୋଜ ଥିଲେ। ଶନିବାର ନିଜ ଚାଷଜମିରୁ ତାଙ୍କ ମୃତଦେହ ମିଳିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରାଥମିକ ତଦନ୍ତ ଓ ପାରିପାର୍ଶୀକ ସ୍ଥିତିରୁ କ୍ଷେତରେ ଥିବା ସମୟରେ ବଜ୍ରପାତ ହେବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ସୂଚନାନୁଯାୟୀ,ଗତ ୧୦ତାରିଖ ଅପରାହ୍ନ ୪ଟା ସମୟରେ ସେ କ୍ଷେତକୁ ଯାଇ ଆଉ ଫେରି ନ ଥିଲେ। ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କ ସନ୍ଧାନ ପାଇ ପାରି ନ ଥିଲେ । ଏ ନେଇ ସନ୍ତୋଷଙ୍କ ପୁଅ ଚନ୍ଦନ ପାଣ୍ଡେ ଥାନାରେ ଲିଖିତ ଜଣାଇଥିଲେ।ଅନୁସନ୍ଧାନ ପରେ କ୍ଷେତ ଭିତରେ ସନ୍ତୋଷଙ୍କ ମୃତଦେହ ପଡିଥିବା ଶନିବାର ଦେଖିବାକୁ ମିଳିଥିଲା।ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା କରି ଘଟଣାର ଅଧିକ ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ