Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ବିଶ୍ଵ ଭାତୃତ୍ବ ଦିବସ ପାଳନ

ସମ୍ବଲପୁର:ସ୍ୱାମୀ ବିବେକାନନ୍ଦ ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖ ରେ ଚିକାଗୋ ର ବିଶ୍ଵ ଧର୍ମ ସମ୍ମିଳନୀ ରେ ବକ୍ତବ୍ୟ ପ୍ରଦାନ କରି ବିଶ୍ୱବାସୀ କୁ ଚକିତ କରିଦେଇଥିଲେ । ଏହି ଦିନଟିକୁ ବିଶ୍ଵ ଭାତୃତ୍ୱ ଦିବସ ଭାବରେ ପାଳିତ କରାଯାଇଥାଏ । ଏହି କ୍ରମରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ସମ୍ବଲପୁର ଶାଖା ପକ୍ଷରୁ ରବିବାର ଦିନ ଓଡ଼ିଶା ସାଂସ୍କୃତିକ ସମାଜ ଠାରେ ଅନୁଷ୍ଠିତ ହୋଇଯାଇଛି ।

ନଗର ପ୍ରମୁଖ ଡ଼ ବସନ୍ତ କୁମାର ଦାସ ଙ୍କ ସଭାପତିତ୍ୱ ଓ ପଙ୍କଜିନୀ ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ବୌଦ୍ଧିକ ସଭାରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଓ ମୁଖ୍ୟବକ୍ତା ଭାବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ର ପ୍ରାଧ୍ୟାପକ ଡ଼ ଆଦିତ୍ୟ ମେହେର ଯୋଗ ଦେଇଥିଲେ । ବୁଢ଼ାରଜା ଉଚ୍ଚବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ “ମାଟି ଆମର୍ ମା” ଶୀର୍ଷକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଡ଼ ବସନ୍ତ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ୪୩୨ ଶବ୍ଦ ବିଶିଷ୍ଟ ସ୍ୱାମୀ ବିବେକାନନ୍ଦ ଙ୍କ ଚିକାଗୋ ରେ ୩ମିନିଟ୍ ର ଭାଷଣ ସହନଶୀଳତା, ଗ୍ରହଣୀୟତା,ସନାତନ ଧର୍ମ ଓ ବିଶ୍ଵ ଭାତୃତ୍ୱ ର ପ୍ରତୀକ ଥିଲା । ଆନନ୍ଦ ଭାଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଯୁବା ପ୍ରମୁଖ ଶରତ ଚନ୍ଦ୍ର ବେହେରା ବିବେକାନନ୍ଦ କେନ୍ଦ୍ର ସମ୍ବଲପୁର ର ପରିଚୟ ଓ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ଡ଼ ଆଦିତ୍ୟ ମେହେର ତାଙ୍କ ଅଭିଭାଷଣ ରେ କହିଥିଲେ ନାନା ବାଧାବିଘ୍ନ ସତ୍ତ୍ଵେ ସ୍ୱାମୀଜୀ ଙ୍କର ଆଦର୍ଶ ପରିବର୍ତ୍ତନ ହୋଇ ନ ଥିଲା, ଗୁରୁ ରାମକୃଷ୍ଣ ପରମହଂସ ଙ୍କ ଠାରୁ ପ୍ରେରଣା ପାଇ ବିବେକାନନ୍ଦ ହୋଇପାରିଥିଲେ ଦେଶପ୍ରେମୀ ସନ୍ୟାସୀ, ବିବେକାନନ୍ଦ ଙ୍କ ଯୁକ୍ତି ଥିଲା ଭୋକିଲା ମଣିଷ ଧର୍ମଚର୍ଚ୍ଚା ରୁ ମୁହଁ ମୋଡ଼ି ନିଏ ,ବୈଦିକ ପରମ୍ପରା କୁ ଫେରାଇ ଆଣି ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ପାଇଁ ସ୍ୱାମୀଜୀ ଙ୍କ ପ୍ରୟାସ, ଆତ୍ମାକୁ ତେଜି ଚମତ୍କାର ସନ୍ଧାନ ପାଇଁ ବିବେବାନଦ ସନାତନ ଧର୍ମ-ଏକାଙ୍ଗ ବର୍ତ୍ତିତ-ଆମନ୍ ପରିଚୟ – ଉଦାରତା ତଥା ନମ୍ରତା ପରି ବ୍ରହ୍ମା ସ୍ତ୍ର ଆବିଷ୍କାର କରିଥିଲେ ଯାହାକି ବେଦାନ୍ତ ଓ ପ୍ରାଶ୍ଚାତ୍ୟ ଭୌତିକ ଜ୍ଞାନ ଦ୍ୱାରା ଦୃଢୀଭୁତ ହୋଇ ପାରିବ । ମୁଖ୍ୟ ଅତିଥି ପ୍ରଫେସର ମିଶ୍ର ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ସ୍ୱାମୀଜୀ ହୃଦୟ ର ଭାଷା ତଥା ଭାରତର ଜ୍ଞାନ ସଂସ୍କୃତି କୁ ବିଶ୍ଵ ଦରବାର ରେ ପହଞ୍ଚାଇ ପାରିଥିରେ ଓ ଯୁବ ଭାରତ ର ସ୍ବପ୍ନ ଦେଖିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ଉଧିଷ୍ଟତା ଜାଗ୍ରତ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ଓ ଏନ୍ ଏସ୍ ସି ବି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ପୁରସ୍କୁତ କରିଥିଲେ । ସମ୍ପର୍କ ପୁମୁଖ ତଥା ବିଶିଷ୍ଠ ମହିଳା ଆଇନଜିବୀ ପୁଷ୍ପାଞ୍ଜଳି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଜେଶ ଭାଇ ଶାନ୍ତି ପାଠ କରିଥିଲେ । ନଗର ପ୍ରମୁଖ ଡ଼ ଦାଶ୍ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଙ୍କୁ ସ୍ମାରକୀ ଉପହାର ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ