Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକଦିନିଆ ବେଟରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଏମସିଏଲ ବୁର୍ଲା ବିଜୟୀ

ସମ୍ବଲପୁର: କଦଲିମୁଣ୍ଡା ଖେଳ ପଡିଆ ଠାରେ ଏକ ଦିବସୀୟ ବେଟରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଏଥିରେ ବୁର୍ଲା ଏମସିଏଲ ଲାଭ କରିଛି।

ନବଜ୍ୟୋତି ଯୁବକ ସଂଘ, କଦଳୀମୁଣ୍ଡା ଆୟୋଜନରେ ଅନୁଷ୍ଠିତ ଏହି ବେଟରାନ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ସମାପ୍ତ ହୋଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ ।ବୁର୍ଲା ଏମସିଏଲ ବିଜୟୀ ହୋଇଥିବା ବେଳେ ରନର୍ସ-ଅପ୍ ଦଳ ଭାବେ ସମ୍ବଲପୁର ଇଲେଭେନ୍ ରହିଥିଲେ।

ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ୱତୀ ଭୁସାଗର ଓ ସମ୍ମାନିତ ଅତିଥି ଭାବେ ସୁବୋଧ କୁମାର ବେହେରା, ଜୁଯୁମୁରା ସାଂସଦ ପ୍ରତିନିଧି
ପ୍ରମୋଦ କୁମାର ମିଶ୍ର,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବାନନ୍ଦ ଭୋସାଗର, ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ, ବେଣୁଧର ତ୍ରିପାଠୀ,ନରେଶ ପ୍ରଧାନ, କପିଳ ପ୍ରଧାନ ଯୋଗଦେଇ କୃତି ପ୍ରତିଯୋଗୀ ଓ ବିଜୟୀ ଦଳଙ୍କୁ ସମ୍ମାନିତ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ରେ ରେଫାରୀ
ଭାବେ ଅଭିଜିତ ମିର୍ଧା, ରାମକାନ୍ତ ମିର୍ଧା, ରାଜାରାମ ଓରାମ,କିଶୋର ଭୋଇ ଓ ମଞ୍ଜିତ ଦାୟିତ୍ୱ ନିର୍ବାହ କରିଥିବା ବେଳେ
ଜୟରାଜ ଧର କମେଣ୍ଟର କାର୍ଯ୍ୟ ସମ୍ପାଦନ କରିଥିଲେ।ଆୟୋଜନ କମିଟିର ସୁଶିଲ ମିର୍ଧା,ରାମକାନ୍ତ ମିର୍ଧା, ଅଭିମନ୍ୟୁ ମିର୍ଧା,ଯତିନ୍ଦ୍ର, ଉମାକାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ