ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ମେଗା ବୃକ୍ଷରୋପଣ ଅଭିଯାନ

ସମ୍ବଲପୁର: ଟାଟା ଭଲେଣ୍ଟିୟରିଂ ସପ୍ତାହ ୨୪ର ଅବସରରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକଳାପ ଅଂଶ ଭାବେ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଏନଜିଓ ‘ଆଲୋକ’ର ମିଳିତ ସହଭାଗିତାରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଏକ ମେଗା ବୃକ୍ଷରୋପଣ ଅଭିଯାନ ଆୟୋଜିତ କରାଯାଇଥିଲା । ଏହି ଅଭିଯାନ ଟିପିଡବ୍ଲୁଓଡିଏଲର ଜୈବ ବିବିଧତା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।
ଏହି ଅଭିଯାନରେ ଟିପିଡବ୍ଲୁଓଡିଏଲର କର୍ମଚାରୀ, ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ୨୦୦ରୁ ଅଧିକ ଉତ୍ସାହୀ ସ୍ୱେଚ୍ଛାସେବକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଏକାଠି ସେମାନେ ବିଶ୍ୱବିଦ୍ୟାଳୟ ପରିସରରେ ୪୦୦ ରୁ ଅଧିକ ବୃକ୍ଷଚାରା ରୋପଣ କରିଥିଲେ, ଯାହା ଏକ ସବୁଜ ଭବିଷ୍ୟତ ଗଠନ ଦିଗରେ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ଅଟେ ।
ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଏବଂ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସମେତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ବିଶ୍ୱ ବିଦ୍ୟାଳୟର ଅନ୍ୟାନ୍ୟ ବିଶିଷ୍ଟ ପ୍ରଫେସରମାନେ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ସତ୍ୟ ନାରାୟଣ ନନ୍ଦଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ବୃକ୍ଷଚାରା ରୋପଣ କରିଥିଲେ ।
ଏହି ଅବସରରେ ଟିପିଡବ୍ଲୁଓଡିଏଲର ସିଇଓ ଶ୍ରୀ ବର୍ମା ପ୍ରକାଶ କରିଥିଲେ ଯେ,ଏହିପରି ପଦକ୍ଷେପ ମାଧ୍ୟମରେ ଆମେ ସମ୍ପ୍ରଦାୟ- ବିଶେଷକରି ଯୁବ ପିଢ଼ିଙ୍କୁ ପରିବେଶ ସୁରକ୍ଷା ଦିଗରେ ସକ୍ରିୟ ଭାବରେ ଅଂଶଗ୍ରହଣ କରାଇ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଅଭିଯାନ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ପରିବେଶ ଗଠନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।