Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପରିଷଦ ବୈଠକ:ବିକାଶ ମାନଚିତ୍ରର ନକ୍ସା ଦେଖାଇଲେ ମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ନବମ ଜିଲ୍ଲାପରିଷଦ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଉପସ୍ଥିତ ରହି ବିକାଶର ମାନଚିତ୍ର ଓ ନକ୍ସା ଠିକ ରଖିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନି ନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଜିଲ୍ଲା ଉନ୍ନୟନ ଅଧିକାରୀ, ପ୍ରସନ୍ନ କୁମାର ପାତ୍ର ଡ଼ିଏଫଓ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

ବୈଠକ ରେ କୃଷି ବିଭାଗ ର ବିହନ ଯୋଗାଣ, ରାସାୟନିକ ସାର, ପିଏମ-କିସାନ, ସିଏମ-କିସାନ ଖରିଫ୍ ଓ ରବି ଋତୁ ର ଚାଷକାର୍ଯ୍ୟ, ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ, ଉଦ୍ୟାନ ବିଭାଗର ଅଗ୍ରଗତି ଓ ବିଭିନ୍ନ କାର୍ଯ୍ୟକ୍ରମ, ମତ୍ସ୍ୟ ବିଭାଗର ଅଗ୍ରଗତି ଓ କାର୍ଯ୍ୟକ୍ରମ ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ବଣ୍ଟନ, ସମବାୟ ବିଭାଗର କୃଷି ଋଣ, ପ୍ରାଥମିକ ଶିକ୍ଷା ଓ ମାଧ୍ଯମିକ ଶିକ୍ଷା ବିଭାଗର ଶିଶୁ ବାଟିକା ଯୋଜନା, ଶିକ୍ଷାନୁଷ୍ଠାନ ଭିତ୍ତିଭୂମି, ଶୈକ୍ଷିକ ପରିବେଶ, ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଅତ୍ୟାଧୁନିକ ଶ୍ରେଣୀ ଗୃହ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ଆନୁଷଙ୍ଗିକ ବ୍ୟବସ୍ଥା, ପିଏମ୍ ଶ୍ରୀ ଯୋଜନାରେ, ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ, ପ୍ରାଣୀ ସମ୍ପଦ ବିଭାଗ, ଗ୍ରାମ୍ୟ ନିର୍ମାଣ/ଜଳସେଚନ/କ୍ଷୁଦ୍ର ଜଳସେଚନ/ଉଠା ଜଳସେଚନ ଓ ପୂର୍ତ୍ତ ବିଭାଗର କାର୍ଯ୍ୟକଳାପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଶକ୍ତି ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ/ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର, ଅନ୍ଧତ୍ବ ଦୂରୀକରଣ, ଇତ୍ୟାଦି ଯୋଜନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଜଙ୍ଗଲ ବିଭାଗ, ଶ୍ରମ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ପରିମଳ ବିଭାଗର ଓଡିଶା ଜୀବିକା ମିଶନ,ଅରମାସ ର କାର୍ଯ୍ୟକଳାପ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଆବାସ ଯୋଜନା ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ବିଭାଗୀୟ ଆଲୋଚନା ହୋଇଥିଲା।ତେବେ ମନ୍ତ୍ରୀ ଶ୍ରୀ ନାଏକ ସମସ୍ତ ଗ୍ରାମ ରେ ସ୍ବଚ୍ଛ ପାନୀୟ ଜଳ ଓ ଯୋଗାଯୋଗ ବ୍ୟବସ୍ତା କୁ ପ୍ରାଥମିକତା ଦେବାକୁ କହିଥିଲେ।ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ଙ୍କ ମିଳିତ ସମ୍ବନୟରେ ସମସ୍ତ ସମସ୍ଯା ର ସମାଧାନ କରିବାକୁ ପ୍ରୟାସ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାବାସୀଙ୍କ ଆଭିମୁଖ୍ଯ କୁ ପ୍ରଧାନ୍ୟ ଦେଇ ସମାଜ ହିତରେ କାର୍ଯ୍ୟ କରିବାକୁ ଜିଲ୍ଲା ର ସମସ୍ତ ଜନପ୍ରତିନିଧି ଓ ପ୍ରଶାସନିକ କଳ ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ ଯୋର ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ