Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ରେ ପୁଣି ପୋଲିସ ଏନକାଉଣ୍ଟର:କୁଖ୍ୟାତ ଅପରାଧୀ ଦୀପକ ମଣ୍ଡଳ ଆହତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ହୋଇଛି ଏନକାଉଣ୍ଟର।ମଙ୍ଗଳବାର ସନ୍ଧ୍ୟାବେଳେ ଘଟିଛି ଏହି ଘଟଣା। ରେଙ୍ଗାଲି ପୋଲିସ୍ ରାମ୍ପେଲା ଜଙ୍ଗଲ ଅଞ୍ଚଳରେ କୁଖ୍ୟାତ ଅପରାଧୀ ଦୀପକ ମଣ୍ଡଳଙ୍କୁ ଅଟକ କରିଥିଲେ । ଏହି ସମୟରେ ପୋଲିସ୍‌ଙ୍କୁ ଚ୍ୟାଲେଞ୍ଜ କରି ଦୀପକ ୩ଟି ଗୁଳି ଚଲାଇଥିଲେ। ହେଲେ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁଁ କାହାରି ଦେହରେ ଗୁଳି ବାଜିନି। ପାଲଟା ପ୍ରତିରକ୍ଷାତ୍ମକ ଭାବେ ପୋଲିସ୍ ନିୟନ୍ତ୍ରିତ ଗୁଳି ଚଲାଇଥିବାରୁ ଦୀପକର ଡାହାଣ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଛନ୍ତି। ଆହତ ଦୀପକଙ୍କୁ ବୁର୍ଲା ଭୀମସାର ଠାରେ ଚିକିତ୍ସା କରିବାକୁ ପୋଲିସ ଭର୍ତ୍ତି କରିଛି।
ପୋଲିସ ଠାରୁ ମିଳିଥିବା ସୂଚନା ମତେ ଘଟଣା ସ୍ଥଳରୁ ୭. ୬୫ଏମଏମର ଏକ ଦେଶୀ ପିସ୍ଟଲ, ୨ଟି ସଜୀବ ଗୁଳି ଓ ଏକ ନମ୍ବର ବିହୀନ ଏକ୍ଟିବା ହୋଣ୍ଡା ବାଇକ ପୋଲିସ ଜବତ କରିଛି। ଦୀପକ ନାମରେ ଅଇଁଠାପାଲି, କ୍ଷେତରାଜପୁର, ବୁର୍ଲା, ଧନୁପାଲି, ସଦର ଏହିପରି ବିଭିନ୍ନ ଥାନାରେ ୨୧ ଟି କେଶ ରହିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ