Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚୋରୀ ନାମରେ ହାତ ଟେକିଦେଲା ଟିପିଡବ୍ଲୁଓଡିଏଲ୍

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏହାର ବିଦ୍ୟୁତ୍ ବିତରଣ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ସରଞ୍ଜାମ ଚୋରି ଘଟଣାରେ ଗମ୍ଭୀର ଚିନ୍ତା କରି ସେବା ଦେବାକୁ ହାତ ଟେକି ଦେଇଛି। କମ୍ପାନୀର ସମ୍ୱଲପୁର ପୂର୍ବ ବିଦ୍ୟୁତ୍ ବିଭାଗ ଅଧିନସ୍ଥ ରେଙ୍ଗାଲୀ, ପରମାଣପୁର, ଲଇଡ଼ା ଇତ୍ୟାଦି ଅଞ୍ଚଳରେ ବିଗତ ୪ ବର୍ଷ ମଧ୍ୟରେ ୪୭ ରୁ ଅଧିକ ଥର ବିଦ୍ୟୁତ୍ ସରଞ୍ଜାମ ଚୋରି ହେବା ଘଟଣାକୁ ନେଇ ବିଦ୍ୟୁତ ସେବାରେ ବାଧକତା ଭଳି କମ୍ପାନୀ ନିଜ ଆଡୁ ପ୍ରେସ ଜାରି କରି ଜନ ସହଯୋଗ ଲୋଡ଼ିଛି ।

ବିଗତ ତିନି ବର୍ଷ ମଧ୍ୟରେ କେବଳ ରେଙ୍ଗାଲୀ ବିଦ୍ୟୁତ୍ ସେକ୍ସନ ଅଞ୍ଚଳରେ ସର୍ବାଧିକ ୨୯ ଥର, ଲଇଡ଼ା ଏବଂ ପରମାଣପୁର ସେକ୍ସନ ଅଞ୍ଚଳରେ ୯ଥର ଲେଖାଏଁ ବିଦ୍ୟୁତ୍ ସରଞ୍ଜାମ ଚୋରି ହୋଇଛି । ତେବେ ଏହିପରି ଚୋରି କେବଳ କମ୍ପାନୀକୁ ଆର୍ଥିକ କ୍ଷତିକୁ ନୁହେଁ, ବରଂ ହଜାର ହଜାର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଗୁରୁତର ପ୍ରଭାବିତ କରୁଛି ।ଚାଷ ଜମିକୁ ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ଯୋଗାଣ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ସାଧାରଣ ଜନଜୀବନରେ ଗୁରୁତର ଅସୁବିଧା ସୃଷ୍ଟି ହେଉଛି । ଏହିସବୁ ସମସ୍ୟା ବିତରକ କମ୍ପାନୀର ଆର୍ଥିକ କ୍ଷୟକ୍ଷତିଠାରୁ ବହୁଗୁଣରେ ଅଧିକ ବୋଲି ବିତରକ ସନ୍ଥା ନିଜ ପକ୍ଷରୁ କହିଛି।

ପ୍ରକାଶାଥାଉ କି, ଚୋରି ହୋଇଥିବା ସରଞ୍ଜାମକୁ ପୁଣିଥରେ ପୁନଃ ସ୍ଥାପିତ କରିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଥାଏ, ଯାହା ବାର୍ଷିକ ଖର୍ଚ୍ଚରେ ଯୋଡ଼ାଯାଇ ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ଅବଗତ କରାଯାଏ । ଯାହାକି ଆୟୋଗ ଏସବୁକୁ ବିଚାରକୁ ନେଇ ୟୁନିଟ ପିଛା ଦର ନିର୍ଦ୍ଧାରଣ କରିଥାଏ।କଥା ଉଠୁଛି ଘଟଣା ଗୁଡ଼ିକ ସମ୍ବନ୍ଧିତ ପୋଲିସ୍ ଷ୍ଟେସନରେ ଏଫଆଇଆର୍ ମଧ୍ୟ ଦାଖଲ କରାଯାଇଛି ଏବଂ ଜିଲ୍ଲାର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କୁ ଲିଖିତ ଭାବରେ ସୂଚନା ଦିଆଯାଇଛି। ତେବେ କେଉଁ କାରଣରୁ ପୋଲିସ ଚୋରକୁ ଧରିବା ପରେ କମ୍ପାନୀକୁ ଭରଣା ଦେଇପାରୁନି? ବିତରଣ ସଂସ୍ଥା ମଧ୍ୟ୍ୟ କେଉଁ ଦୁର୍ବଳତା ରୁ ଗୋଟିଏ ସୁଦ୍ଧା ଚୋରୀ ଘଟଣାରେ ଜିତିପାରିନି ତାହାହିଁ ଆଶ୍ଚର୍ଯ୍ୟ ର ବିଷୟ।

ତେବେବି ପଶ୍ଚିମ ଓଡ଼ିଶାର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ତଥା ଜନସାଧାରଣଙ୍କୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି ଯେ, କୌଣସି ସ୍ଥାନରେ ବିଦ୍ୟୁତ୍ ସରଞ୍ଜାମ ଚୋରି ଦୃଷ୍ଟିକୁ ଆସେ, ତେବେ ତୁରନ୍ତ ଟିପିଡବ୍ଲୁଓଡିଏଲ୍ କାର୍ଯ୍ୟାଳୟ କିମ୍ବା ବିଦ୍ୟୁତ୍ ବିତରକ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ପୋଲିସ ଅଧିକାରୀଙ୍କୁ ଖବର ଦେବାକୁ ବିଦ୍ୟୁତ ବିତରକ ସଂସ୍ଥା ଅପିଲ କରିଛି।

ବୈଦ୍ୟୁତିକ ସରଞ୍ଜାମ ବିଦ୍ୟୁତ୍ ଉପଭୋକ୍ତାଙ୍କ ଦ୍ୱାରା ପ୍ରଦତ୍ତ ରାଶିରୁ ହିଁ ବିଦ୍ୟୁତ୍ ଉପଭୋକ୍ତାଙ୍କ ନିମନ୍ତେ କ୍ରୟ କରାଯାଇ ବିଦ୍ୟୁତ୍ ବିତରଣ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ଏହା ରାଜ୍ୟ ତଥା ଦେଶର ସମ୍ପତ୍ତି ଅଟେ । ତେଣୁ ଏହି ଜାତୀୟ ସମ୍ପତ୍ତିର ରକ୍ଷଣାବେକ୍ଷଣ ସମସ୍ତ ଜନସାଧାରଣଙ୍କ ମଧ୍ୟ ଦାୟିତ୍ୱ ଅଟେ ବୋଲି କମ୍ପାନୀ ସତର୍କ ସୂଚନା ଦେଇ ବିଦ୍ୟୁତ ସେବାକୁ ବଳବତ୍ତର ରଖିବାକୁ ଜନ ସଚେତନତା ଜରୁରୀ ଓ ସମସ୍ତଙ୍କ ସହଯୋଗ କାମନା କରିଛି।