ଗରିବ କଲ୍ଯାଣ ସମାବେଶ:ସରକାର ଗରିବଙ୍କ, ଗରୀବଙ୍କ ଉତ୍ଥାନ ସରକାରଙ୍କ ମୂଳ ଲକ୍ଷ-ଧର୍ମେନ୍ଦ୍ର

ସମ୍ବଲପୁର:ଆଜି ଜିଲ୍ଲାସ୍ତରୀୟ ଗରିବ କଲ୍ଯାଣ ସମାବେଶ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି।ଏହି ପରିପ୍ରେକ୍ଷୀ ରେ ମାନ୍ୟବର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭମୂ(ଭା. ପୋ. ସେ),ସମ୍ବଲପୁର ମହାନଗର ନିଗମ ର ଆରକ୍ଷୀ ଅଧିକ୍ଷକ ଶ୍ରୀ ରେହାନ କ୍ଷତ୍ରି(ଭା. ପ୍ର. ସେ), ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ, ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ଲୋକପ୍ରତିନିଧି ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାଏକ ଉଦ୍ବୋଧନ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଙ୍କ ୭୫ ତମ ଜନ୍ମଦିନ ପାଳନ ପୂର୍ତ୍ତି ଅବସରରେ ଦେଶରେ ଅନେକ ସ୍ଥାନ ରେ ଅନେକ କାର୍ଯ୍ୟକ୍ରମ ର ଆୟୋଜନ ହେଇଛି, ଏହି ପରିପ୍ରେକ୍ଷୀ ଆମ ଓଡିଶାରେ ୭୫ ଲକ୍ଷ ବୃକ୍ଷ ରୋପଣ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।ଗରିବ କଲ୍ଯାଣ ଯୋଜନା ର ମୂଳଦୁଆ ଥିଲା ଯଶ୍ୱସ୍ଵୀ ପ୍ରଧାନମନ୍ତ୍ରୀ ଙ୍କ ଜନଧନ ଯୋଜନା।ଯାହା ଦେଶର ସମସ୍ତ ନାଗରିକ ଙ୍କୁ ଅର୍ଥନୈତିକ କ୍ଷେତ୍ର ରେ ଶସକ୍ତ କରିବା ଉପରେ ପ୍ରାଧାନ୍ଯ ରଖିଥିଲା।ଆଗାମୀ ଦିନରେ ମାତୃଶକ୍ତି କୁ ଶଶକ୍ତ କରାଇବା ପାଇଁ ୫୦୦୦ ମହିଳା ମାନଙ୍କୁ ବିଭିନ୍ନ ଯୋଜନାରେ ଟ୍ରେନିଙ୍ଗ ଦିଆଯିବା ପାଇଁ ବ୍ୟବସ୍ତା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।
ମାନ୍ୟବର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ ଯେବେ ଦେଶ ଗୋଟେ ସଠିକ ନେତୁତ୍ଵ ର ଦିଗଦର୍ଶନ ମିଳେ ସେତେବେଳେ ଦେଶ ଗୌରବନନିତ୍ବ ହୋଇଥାଏ।ସମ୍ବଲପୁର ଜିଲ୍ଲାରୁ ୧୧୪୦ ଜଣ ହିତାଧିକାରୀ ମାନଙ୍କୁ ସ୍ଵାନିଧି ଯୋଜନା, ରାସନ କାର୍ଡ, କୁତ୍ରିମ ଗୋଡ, ପଶୁ(ଛେଳି,ଗାଈ)ପାଳନ ଗୃହ, ବସୁନ୍ଧରା, ଲେବର କାର୍ଡ, ଶ୍ରବଣ ଯନ୍ତ୍ର,ପ୍ର ଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଏମିତି ୨୦ ଟି ଯୋଜନାରେ ଅନ୍ତର୍ଭୁକ କରାଯାଇଛି ବୋଲି ସୂଚନା ଦେଲେ। ଆମ ଜିଲ୍ଲା ର ଉନ୍ନତି କରିବାକୁ ହେଲେ ଆମ ସମସ୍ତଙ୍କୁ କିଛି ନା କିଛି ଦାୟିତ୍ଵ ନେବାକୁ ପଡିବ।ସମ୍ବଲପୁର ଜିଲ୍ଲାରେ ଅନେକ ସମ୍ଭାବନା ଅଛି, କେବଳ ସମ୍ବଲପୁରୀ ବସ୍ତ୍ରକୁ ସୀମିତ ରଖିଲେ ହେବନି, ଏହାକୁ ନେଇ ବଡ ବ୍ୟବସାୟ ରେ ପରିଣତ କରିବାକୁ ପଡିବ ବୋଲି ସେ କହିଥିଲେ।ଏଥିପାଇଁ ଜିଲ୍ଲା ପ୍ରଶାସନ କୁ ଦାୟିତ୍ଵ ଦେଇଥିଲେ।ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ସମ୍ବଲପୁରୀ ହବ।ସମ୍ବଲପୁରୀ ବସ୍ତ୍ର ତିଆରି କରିବାରେ ଅନେକ ମହିଳା ନିୟୋଜିତ ଅଛନ୍ତି, ସେଥିପାଇଁ ୫୦୦୦ ଜଣ ମା ଓ ଝିଅ ମାନଙ୍କୁ ସିଲେଇମେସିନ ଉପଲବ୍ଧ କରାହୁଏ,ପ୍ରଶିକ୍ଷଣ ଦିଆ ହୁଏ, ବଜାର ବ୍ୟବସ୍ତା କରାଯାଏ ତେବେ ଯାଇ ସେମାନେ ସ୍ବାବଲମ୍ବୀ ହୋଇପାରିବେ, ସମ୍ବଲପୁରୀ ର ଉନ୍ନତି ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ସୂଚନା ଅନୁଯାୟୀ ଜିଲ୍ଲାରେ ବିଭିନ୍ନ ବିଭାଗ ମାଧ୍ୟମରେ ବହୁ ସରକାରୀ ଯୋଜନାରୁ ସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ କରାଯାଇଛି। ମୋଟ ୧୧୨୩ ଜଣ ଲାଭାର୍ଥୀ ବିଭିନ୍ନ କ୍ଷେତ୍ରରେ ଲାଭାନ୍ବିତ ହୋଇଛନ୍ତି।
ମହା ନଗର ନିଗମ (DUDA) ବିଭାଗ ମାଧ୍ୟମରେ ପି.ଏମ. ସ୍ୱନିଧି ଯୋଜନାରେ ୫ ଜଣ, ଏବଂ PMAY-U ଯୋଜନାରେ ୧୦ ଜଣଙ୍କୁ ଘର ପ୍ରଦାନ କରାଯାଇଛି।DSSO ବିଭାଗ ଦ୍ୱାରା IGNOAPରେ ୫ ଜଣ, ପ୍ରୋସ୍ଥେଟିକ୍ ଲେଗ୍, ୧ ଜଣ ଏବଂ ଶ୍ରବଣ ଯନ୍ତ୍ର ୪ ଜଣ, PR & DW ବିଭାଗ ଦ୍ୱାରା –ରାସନ କାର୍ଡ – ୧୮୧ ଜଣ, MGNREGS ଅନ୍ତର୍ଗତ ପୋଲ୍ଟ୍ରି ସେଡ଼ – ୧୧୧ ଜଣ, NFBS – ୫୧ ଜଣ, ଶ୍ରମିକ କାର୍ଡ – ୯୬ ଜଣ, MGNREGS ଅନ୍ତର୍ଗତ ଛେଳି ପାଳନ ଗୃହ– ୧୮୪ ଜଣ, ଗାଈ ପାଳନ ଗୃହ– ୧୧୨ ଜଣ, ପେନ୍ସନ – ୧୩୬ ଜଣ, IHHL (SBM) – ୪୩ ଜଣ, ବସୁନ୍ଧରା ଯୋଜନା – ୪୬ ଜଣ, FRA ପଟ୍ଟା – ୭ ଜଣ, OLM (CIF) – ୮ ଜଣ, PMJJBY – ୭ ଜଣ, MGNREGS ଅନ୍ତର୍ଗତ Ring Well – ୬୮ ଜଣ,କୃଷି ବିଭାଗ ମାଧ୍ୟମରେ MKUY ଯୋଜନାରେ ୪୮ ଜଣ, ନିଖୟ ପୋଷଣ ରେ ୨୦ଜଣ, ପୋଷଣ ମା ରେ ୪ ଲାଭାନ୍ବିତ ହୋଇଛନ୍ତି।