ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଏକ୍ ପେଡ୍ ମା’ କେ ନାମ୍ ୦୨’ କାର୍ଯ୍ୟକ୍ରମ

ସମ୍ବଲପୁର :ଆଜି ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ‘ଏକ୍ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଧ୍ୟ ବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏଥିରେ ସେବା ଯୋଜନାର ସ୍ୱେଚ୍ଛାସେବୀଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକାମାନେ ଏକଶହରୁ ଊର୍ଦ୍ଧ୍ୱ ବୃକ୍ଷଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭିତ୍ତିକରି ଏକ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଅଧ୍ଯକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ସରପଞ୍ଚ ଲଳିତା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରିବେଶ ସୁରକ୍ଷା ସହ ସୁସ୍ଥ ଜୀବନ ସକାଶେ ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟିର ଗୁରୁତ୍ୱ ଉପରେ ଶିକ୍ଷାର୍ଥୀଙ୍କୁ ସଚେତନ କରିଥିଲେ। ସଭାରେ ପ୍ରତିଯୋଗିତା ଗୁଡିକର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ପରମେଶ୍ୱର ଦୁଷର,କ୍ରୀଷ୍ଣା ଖଡିଆ, ମୌସୁମୀ ମଲ୍ଲୀକ ଚିତ୍ରାଙ୍କନ ପ୍ରତିଯୋଗିତାରେ ତଥା ପ୍ରବନ୍ଧ ପ୍ରତିଯୋଗିତାରେ ସୋନିଆ ମହାକୁର,ଓମପ୍ରକାଶ ମେହେର,ଅଲିଭା ଭୋଇ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସରପଞ୍ଚ ନିଜେ ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣରେ ଭାଗନେଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁର ସଭା ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମିନତି ଦାଶ,ଆନନ୍ଦିନୀ ପଣ୍ଡା,ଦୀପ୍ତିରେଖା ପଣ୍ଡା,ସ୍ୱାତି ପତି,ସଂଗ୍ରାମ କେଶରୀ ମିଶ୍ର,ଅନ୍ତର୍ଯ୍ୟାମୀ ମହାକୁର,ସ୍ମାରକୀ ମାହାର, ଚୈତନ୍ୟ ସେନାପତି, ଜୀବର୍ଦ୍ଧନ ସେଠ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।