Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗାମୀ ୫ ବର୍ଷରେ ରେକର୍ଡ ଭାଙ୍ଗିବ ତାତି; ବିଶ୍ୱ ପାଣିପାଗ ସଂଗଠନ

ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗିବ ତାତି। ଆଗାମୀ ୫ ବର୍ଷ ମଧ୍ୟରେ ବିଶ୍ବରେ ତାପମାତ୍ରା ବୃଦ୍ଧି ପାଇବା ସହ ସବୁଠୁ ଉତ୍ତପ୍ତ ହେବା ସମ୍ଭାବନା ରହିଛି। ଏ ନେଇ ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ପୂର୍ବାନୁମାନ କରିଛନ୍ତି।

୨୦୧୬ ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଛି। ଆଗାମୀ ୫ ବର୍ଷ ସବୁଠୁ ଉତ୍ତପ୍ତ ହେବା ନେଇ ୯୮ ପ୍ରତିଶତ ଆଶଙ୍କା ରହିଛି । ଏହାରି ମଧ୍ୟରେ ବିଶ୍ୱ ଭୂପୃଷ୍ଠ ତାପମାତ୍ରା ୧.୫ ଡିଗ୍ରୀ ସେଲସିଅସ ପାର କରିବ ବୋଲି କହିଛି ଡବ୍ଲ୍ୟୁଏମ୍ । ୨୦୨୩ ରୁ ‘୨୭ ପର୍ଯ୍ୟନ୍ତ ବିଶ୍ବ ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବ ବୋଲି ରିପୋର୍ଟ ପ୍ରକାଶ କରିଛି ଜାତିସଂଘ ସଂସ୍ଥା ବିଶ୍ୱ ପାଣିପାଗ ସଙ୍ଗଠନ ।

ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ଜଳ ପରିଚାଳନା ଏବଂ ପରିବେଶ ପାଇଁ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗର ମୁଖ୍ୟ ସଚିବ କହିଛନ୍ତି। ଏବେଠୁ ପ୍ରସ୍ତୁତ ନହେଲେ ଆଗକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ