ଲାଇକେରା ସମଲେଇ ଯାତ୍ରା ପାଇଁ ରାବଣ ବାରଣ

ସମ୍ବଲପୁର:ଶାରଦୀୟ ପୂଜା ଅବସରରେ ଝାରସୁଗୁଡା ଜିଲ୍ଲାର ଲାଇକେରା ଠାରେ ଅନୁଷ୍ଠିତ ହେବାକୁ ଥିବା ସମଲେଇ ଯାତ୍ରା ଓ ରାବଣ ବଧ ପାଇଁ ଆଜି ଦୂର୍ଗା ପୂଜା କମିଟି ରାବଣ ବରଣ କରିଛନ୍ତି।
ପଡିଆବାହାଲ ନିବାସୀ ବରୁଣ ସାହୁ ଏଥିରେ ଅଭିନୟ କରୁଥିବା ବେଳେ କମିଟି ପକ୍ଷରୁ କାର୍ତ୍ତିକ ବେହେରା, ସୁଶାନ୍ତ ସାହୁ, ପ୍ରଦୀପ ମେହେର, ଉମେଶ କୁଅଁର, ପ୍ରମୋଦ କମାର, ସାଗର କମାର ଓ ବିକେଶ ମେହେର ତାଙ୍କ ବାସଭବନରେ ପହଞ୍ଚି ରାବଣ ପାଇଁ ବରଣ କରିଛନ୍ତି।