Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ମା ପାଇଁ ଗଛ ଟିଏ

ସମ୍ବଲପୁର:ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁମିତା ପତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୧୭ -୦୯-୨୦୨୫ ଦିନ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପରିସରରେ ଛାତ୍ରଛାତ୍ରୀମାନେ ନିଜ ମାଙ୍କ ନାମରେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ୧୮-୦୯-୨୦୨୫ ତାରିଖ ଦିନ ବିଦ୍ୟାଳୟର ବାହାରେ ରହି ଯାଇଥିବା ଡ୍ରପ ଆଉଟ ପିଲାମାନଙ୍କୁ ପୁଣିଥରେ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଶିକ୍ଷା ଗ୍ରହଣ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନେ ଏକ ପଦଯାତ୍ରା କରି ସମାଜକୁ ସଚେତନତାର ବାର୍ତ୍ତା ଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ