Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ: ୱାଟକୋ ମହା ପ୍ରବନ୍ଧକ ଙ୍କୁ ଘେରିଲା କଂଗ୍ରେସ

▪️ସମ୍ବଲପୁରବାସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ – କଂଗ୍ରେସ
▪️ଲୋକେ ବାରମ୍ବାର ଦାବି, ରାସ୍ତାରୋକ କଲେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗ (ୱାଟକୋ) ଖଣ୍ଡ ର ପଶୁନି ଚେତା
▪️ସହର ରେ ୨୦୧୪ ଭଳି ଜଣ୍ଡିସ୍‌ ବ୍ୟାପିବାର ଆଶଙ୍କା ଦେଖାଦେଇଛି – କଂଗ୍ରେସ
▪️୭ ଦିନ ଭିତରେ ଏହାର ସମାଧାନ କର, ନଚେତ ବଡ଼ ଧରଣ ର ଆନ୍ଦୋଳନ – କଂଗ୍ରେସ
▪️ୱାଟକୋ ଯୋଗାଉ ଥିବା ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଚିଠି ଭୁଲ – ମହା ପ୍ରବନ୍ଧକ, ୱାଟକୋ

ସମ୍ବଲପୁର: ମହାନଗର ନିଗମ ଅଞ୍ଚଳ ରେ ଅତ୍ୟନ୍ତ ନିମ୍ନମାନର ଜଳଯୋଗାଣ ହେବା ନେଇ ଜ଼ିଲ୍ଲା କଂଗ୍ରେସ କମିଟି ସମ୍ବଲପୁର ଗଭୀର ଉଦବେଗ ପ୍ରକାଶ କରିଛି I ସହର ର ବିଭିନ୍ନ ପଡ଼ାରେ ପାନୀୟ ଜଳଯୋଗାଣର ବିକଳ ଚିତ୍ର ପଦାକୁ ଆସିଛି I ଲୋକେ ବାରମ୍ବାର ଦାବି, ରାସ୍ତାରୋକ କଲେ ମଧ୍ୟ ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ବିଭାଗ (ୱାଟକୋ) ଖଣ୍ଡ, ସମ୍ବଲପୁରବାସୀ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛି I ସହର ରେ ୱାଟକୋ ଯୋଗାଉ ଥିବା ପାଣି ପିଇବା ଯୋଗ୍ୟ ନୁହେଁ I ଏଭଳି ଏକ ସାଙ୍ଘାତିକ ଚିଠି ରାଜ୍ୟ ସରକାର ଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଗତ ୧୩ ତାରିଖ ୱାଟକୋକୁ ଦେଇଛି I ଚିଠି ରେ ମାନେଶ୍ଵର ଓ ବରେଇପାଲି ବିଶୋଧନାଗାରରୁ ସହର କୁ ଯୋଗାଣ ହେଉଥିବା ଜଳ ପିଇବା ଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି I ସହର ର ଦାନୀପାଲି, ଗୋପାଳମାଳ, ଧୁଚୁରାପଡ଼ା ଆଦି ଅଞ୍ଚଳ ରେ ମାରାତ୍ମକ ଜଣ୍ଡିସ୍‌ ଦେଖାଦେଇଛି I ସମ୍ବଲପୁରରେ ପୁଣି ୨୦୧୪ ଭଳି ଜଣ୍ଡିସ୍‌ ବ୍ୟାପିବାର ଆଶଙ୍କା ଦେଖାଦେଇଛି I ତଥାପି ସହର ରେ ଜଳଯୋଗାଣ ସ୍ଥିତିରେ କୌଣସି ସୁଧାର ଆସିବାର ଦେଖାଯାଉ ନାହିଁ ବୋଲି ଅଭିଯୋଗ କରି ଆଜି ୱାଟକୋ ମହା ପ୍ରବନ୍ଧକ ଶ୍ରୀ ବ୍ରମେଶ୍ୱର ଦାଶ ଙ୍କୁ କଂଗ୍ରେସ ଘେରାଉ କରିଥିଲା I ଜ଼ିଲ୍ଲା କଂଗ୍ରେସ କମିଟି ସଂଯୋଜକ ଶ୍ରୀ ଦୁର୍ଗା ପାଢ଼ୀ ଙ୍କ ନେତୃତ୍ୱ ରେ କଂଗ୍ରେସ କର୍ମୀ ମାନେ ୱାଟକୋ ମହାପ୍ରବନ୍ଧକ ଙ୍କୁ ଅଫିସ ରେ ଘେରାଉ କରି ଆଗାମୀ ୭ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଦାବି କରିଛନ୍ତି I ନଚେତ ଏକ ଦାୟିତ୍ୱବାନ ଦଳ ଭାବରେ ଆଗାମୀ ଦିନ ରେ କଂଗ୍ରେସ ଏକ ବଡ଼ ଧରଣର ଆନ୍ଦୋଳନ କରିବ ଏବଂ ଏଥି ପ୍ରତି ସରକାର ଦାୟୀ ରହିବେ ବୋଲି ଜ଼ିଲ୍ଲା ସଂଯୋଜକ ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି I ତେବେ ୱାଟକୋ ଯୋଗାଉ ଥିବା ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ଚିଠି ଭୁଲଥିଲା ବୋଲି ୱାଟକୋ ମହା ପ୍ରବନ୍ଧକ ଶ୍ରୀ ଦାଶ ପ୍ରକାଶ କରିଥିଲେ I ଆଜିକାର ଏହି ଘେରାଉ ତଥା ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ସୁତପା ମିତ୍ର, ସଂଖ୍ୟା ଲଘୁ ସେଲ ର ବାବୁ ଖାନ, ଏମ୍. ଡି. ସଲିମ, ନାରୀନେତ୍ରୀ କବିତା ପଟ୍ଟନାୟକ, ଡଲି ଅହମଦ, ଦଶରଥ ଦାସ, ଦିନେଶ ସାନବଡ଼, ପ୍ରଶାନ୍ତ ମହାନ୍ତି,ଅରୁଣ କୁମାର, ପ୍ରଦୀପ ରାଉତ, ଗୁଡୁ ଉପଲ, ଚନ୍ଦ୍ର ବାବୁ ପ୍ରମୁଖ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ