ଅସ୍ପୃଶ୍ୟତା ଏକ ସାମ୍ବିଧାନିକ ଅବିଚାର – ଗିରିଧାରୀ ଖୁରା

ସମ୍ବଲପୁର:ଅସ୍ପୃଶ୍ୟତା ଏକ ସାମ୍ବିଧାନିକ ଅବିଚାର ବୋଲି ସ୍ଥାନୀୟ ସାମ୍ବାଦିକ ଭବନରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଅନୁଷ୍ଠାନ ‘ଅଧିକାର’ର ସଂଯୋଜକ ଗିରିଧାରୀ ଖୁରା କହିଛନ୍ତି I ଅସ୍ପୃଶ୍ୟତା ଭଳି ଜାତିଭେଦ ଦୂର ପାଇଁ ସରକାରଙ୍କ ପକ୍ଷରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଗଲା I ମାତ୍ର କେତେକ ସବର୍ଣ୍ଣ ଜାତିର ଲୋକଙ୍କୁ ତଞ୍ଚକତା ପୂର୍ବକ ଏସସି ଜାତି ତାଲିକାରେ ସାମିଲ କରାଯାଇଛି । ବିଶେଷ କରି ଓଡ଼ିଶାରେ ବସବାସ କରୁ ନଥିବା ‘ଦେଓ୍ୱାର’ ଜାତିର ଲୋକେ ଏଥିରେ ସାମିଲ ହୋଇଛନ୍ତି । ଯାହାଦ୍ବାରା ଏହି ଜାତିର ଲୋକଙ୍କ ଯୋଗୁଁ ପ୍ରକୃତ ଅନୁସୂଚିତ ଜାତି(ଏସ୍ସି) ବର୍ଗର ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି। ତେଣୁ, ତୁରନ୍ତ ଏହି ଜାତିର ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଅନୁସୂଚିତ ଜାତି ମାନ୍ୟତା ରଦ୍ଦ କରିବାକୁ ଶ୍ରୀ ଖୁରା ଦାବି କରିଛନ୍ତି। ଶ୍ରୀ ଖୁରାଙ୍କ ସୂଚନା ଅନୁସାରେ, ୧୯୮୧ ମସିହା
ଜୁଲାଇରେ ସରକାରଙ୍କ ଚିଠି(ପତ୍ର ସଂଖ୍ୟା- ୧୭୭୯)ରେ ଏହି ଜାତିକୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରାଗଲା I ସେମାନେ ସବର୍ଣ୍ଣ ଜାତିର ହୋଇ ମଧ୍ୟ ଏସ୍ସି ମାନଙ୍କ ଭଳି ସମସ୍ତ ସରକାରୀ ଲାଭ ଓ ସୁଯୋଗ ପାଉଛନ୍ତି I ଘରୋଇ ଓ ବ୍ୟବସାୟିକ କ୍ଷେତ୍ରରେ ନିଯୁକ୍ତିରେ ମଧ୍ୟ ଏସସି ଏବଂ ଏସ୍ଟିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଶ୍ରୀ ଖୁରା ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନରେନ୍ଦ୍ର କୁମାର ନାଏକ ଏବଂ ଝସକେତନ ଦୀପ ମଂଚାସୀନ ଥିଲେ।