ସମ୍ବଲପୁରରେ ମନ ମୋହନ:କଲେ ମା ସମଲେଶ୍ୱରୀଙ୍କ ଧବଳମୁଖୀ ଦର୍ଶନ

ଏବେ ନୁହେଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ ବୋର୍ଡ ପାଇଁ ଯୋଜନା ଚାଲିଛି – ମନମୋହନ
ସମ୍ବଲପୁର:କୌଣସି ପୂର୍ବ ସୂଚନା ନଥାଇ ହଠାତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମ୍ବଲପୁର ଗସ୍ତରେ ଆସି ମା ସମଲେଶ୍ୱେରୀଙ୍କ ଧବାଳମୁଖୀ ଦର୍ଶନ କରି ଏହି ପୀଠରୁ ସେ ରାଜ୍ୟବାସୀଙ୍କୁ ଶାରଦୀୟ ଓ ନବରାତ୍ର ପାର୍ବଣ ପର୍ବର ଶୁଭେଚ୍ଛା ଜଣାଇ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସେ କହିଛନ୍ତି ଜୀବନ କାଳରେ ମାଙ୍କ ଏହି ଦର୍ଶନ ତାଙ୍କ ପାଇଁ ଏକ ବଡ ସୌଭାଗ୍ୟ।
ଏହି ସମୟରେ ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନମୋହନ କହିଛନ୍ତି ଏବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେଉନାହିଁ।ପାର୍ଲ୍ଲାମେଣ୍ଟ ବୋର୍ଡ ଏହାର ନିଷ୍ପତ୍ତି ନେବ। ନିଗମ ଓ ବୋର୍ଡ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଓ ସେଥିପାଇଁ ଯୋଜନା ଚାଲିଛି।
କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ସେ କହିଛନ୍ତି କଂଗ୍ରେସ କାହିଁକି ଆଉ କୌଣସି ଦଳବି ସମ୍ଭିଧାନିକ ଵିଧି ବ୍ୟବସ୍ଥା ରେ ଅନାସ୍ଥା ଆଣିପାରିବ। ଗଣତନ୍ତ୍ରରେ ସବୁ ଦଳର ଏହି ଅଧିକାର ରହିଛି। ଗଣତାନ୍ତ୍ରିକ ବ୍ୟବସ୍ଥା ସବୁ ଠିକ ଥିଲେ ଖୋଲା ଆଲୋଚନା ହେବ।