Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ଶିକ୍ଷିତ ହେଲେ ସମାଜର ସମ୍ମାନ ବୃଦ୍ଧି ହୁଏ:ଖଡିଆ ସାଂସ୍କୃତିକ ସେବା ସମାଜର ନୁଆଁଖାଇ ଭେଟଘାଟ

ସମ୍ବଲପୁର:ଲୋକ ଶିକ୍ଷିତ ହେଲେ ସମାଜର ସମ୍ମାନ ବୃଦ୍ଧି ହୁଏ । ସମାଜ ଏକଜୁଟ ହୋଇ କାର୍ଯ୍ୟ କଲେ ଜାତିର ଗୌରବ ବଢେ । ଖଡିଆ ସାଂସ୍କୃତିକ ସେବା ସମାଜ ପକ୍ଷରୁ ଯୁଯୋମୁରା ବ୍ଳକ କବରାପାଲି ପଞ୍ଚାୟତର କୁଟୁରାଯୋରୀ ଠାରେ ଅନୁଷ୍ଠିତ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବକ୍ତା ମାନେ ଏକଥା କହିଛନ୍ତି । ଖଡିଆ ସାଂସ୍କୃତିକ ସେବା ସମାଜର ସମ୍ବଲପୁର ଜିଲା ସଭାପତି ରାଜୁ ଖଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲା ସମେତ ବରଗଡ ଏବଂ ଆଖପାଖ ଅଞ୍ଚଳର ଖଡିଆ ଜନଜାତୀର ଲୋକ ମାନେ ସାମିଲ ହୋଇଥିଲେ । କୁଟୁରାଯୋରୀ ଗ୍ରାମର ଶହୀଦ ସୈନିକ ପ୍ରସନ୍ନ କୁମାର ଯୌଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଏହାପରେ ଖଡିଆ ସାଂସ୍କୃତିକ ସେବା ସମାଜର ଜିଲା ସଭାପତି ରାଜୁ ଖଡିଆ ପାରମ୍ପାରିକ ରୀତିନୀତି ଅନୁସାରେ ମାଁ ସମଲେଇ, କରମସାନୀ ଏବଂ ଖଡିଆ ସମାଜରେ ରହିଥିବା ନଅଟି ବର୍ଗର ପୂର୍ବପୁରୁଷ ଏବଂ ସହିତ ତେଲେଙ୍ଗା ଖଡିଆଙ୍କୁ ସ୍ମରଣା ଏବଂ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାଯର୍‌ୟକ୍ରମରେ ଖଡିଆ ସମାର ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୈତିକ ବିକାଶ ସହ ସାମାଜିକ ସଂସ୍କାର ଏବଂ ଭାଷା ସଂସ୍କୃତିର ସଂରକ୍ଷଣ ଉପରେ ସମାଜର ଉପ ସଭାପତି ତରଣୀ ଖଡିଆ ଆଳୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଖଡିଆ ସମାଜର ବରିଷ୍ଟ ନାଗରିକ ସୁରୁଯୌଡା, କାହ୍ନୁ ଯୌଡା, ସବିତା ଯୌଡା, ସରସ୍ବତୀ ଯୌଡା, ସୁର୍ୟ ଯୌଡା ପ୍ରମୁଖ ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମକୁ ଖଡିଆ ସାଂସ୍କୃତିକ ସେବା ସମାଜର ସାଧାରଣ ସମ୍ପାଦକ ବସନ୍ତ କୋକବାକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ଆଶିଷ ଯୌଡା, ପ୍ରହଲ୍ଲାଦ ଯୌଡା, ରବିନ୍ଦ୍ର ଯୌଡା, ରମାକାନ୍ତ ଯୌଡା ବିରଞ୍ଚି ଖଡିଆ, ନାରାୟଣ ଯୌଡା ବିଶ୍ୱ କଡିଆ, ରାଜେଶ ଖଡିଆ, ହାରୁନ ଖଡିଆ, ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସହଦେବ ମୁଣ୍ଡାଙ୍କ ଦ୍ୱାରା ଜନଜାତୀ ମାନଙ୍କର ବସ୍ତ୍ର ପ୍ରଦର୍ଶନୀ କରାଯାଇଥିଲା ।