Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବ ଜୁନିଅର ଓ ସିନିଅର ବର୍ଗର ଜିଲ୍ଲା ସ୍ତରୀୟ ବ୍ୟାଡ଼ମୀଣ୍ଟନ ଚମ୍ପିୟାନସିପ ଉଦଯାପିତ

ଆଗାମୀ ଦିନରେ ବ୍ୟାଡ଼ମୀଣ୍ଟନ ର ଗୋଟେ ହବ ହେବ

ସମ୍ବଲପୁର:ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବ୍ୟାଡ଼ମୀଣ୍ଟନ ହଲ ଠାରେ ଓ ୧୭ ବର୍ଷରୁ କମ ବର୍ଗର ବାଳକ ଓ ବାଳିକା ଏବଂ ସିନିଅର ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି l
ଦୁଇ ଦିନ ହେଲା ଚାଲିଥିବା ଏହି ପ୍ରତିଯୋଗିତା ର ଉଦଯାପନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଓଡିଶା ମୋଟର୍ସ ର ନିର୍ଦେଶକ, ରୂଚି ଜଲାନ, ଦେବଦତ୍ତ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ସଭାପତି ହୃଦାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବିକ୍ରମ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ଅଭିଷେକ ବିଶ୍ୱାସ, ସଂଘ ର ସଦସ୍ୟ ପ୍ରଣବ ବେହେରା, କ୍ଷୀରୋଦ କିଷାନ ପ୍ରମୁଖ ଉପସ୍ଥିତ ଥିଲେ l
ବ୍ୟାଡ଼ମୀଣ୍ଟନ ଅମ୍ପାୟାର ଟିକେଶ୍ୱର ସାହୁ ଙ୍କର ସଂଯୋଜନା ରେ ଆୟୋଜିତ ଏହି ଉଦଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବ ରେ ଅତିଥିମାନେ ଶିଶୁ ବୟସ ହିଁ ପ୍ରତିଭା ବିକାଶ ରେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ଯେମିତି ଭାବରେ ସମ୍ବଲପୁର ଜିଲ୍ଲା ରେ ବ୍ୟାଡ଼ମୀଣ୍ଟନ ପ୍ରତି ନୂତନ ପିଢ଼ି ର ଆଗ୍ରହ ବଢୁଛି ନିଶ୍ଚିତ ଭାବରେ ଆଗାମୀ ଦିନରେ ସମ୍ବଲପୁର ଦିନେ ବ୍ୟାଡ଼ମୀଣ୍ଟନ ର ଗୋଟେ ହବ ହୋଇଯିବ l
ଆଗାମୀ ଦିନରେ ପରିଶ୍ରମ ଓ ନିଷ୍ଠା ର ସହ ଖେଳ ପ୍ରତି ଅନୁରାଗ ରଖିଲେ, ନିଶ୍ଚିତ ଭାବରେ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ ବୋଲି ଅତିଥି ମାନେ ତାଙ୍କର ବକ୍ତବ୍ୟ ରେ କହିଥିଲେ lଅତିଥି ମାନେ ମ୍ୟାଚ ଗୁଡିକ ଦେଖିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l
ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ସାଙ୍ଗଠନିକ ସମ୍ପାଦକ ତଥା ଏହି ପ୍ରତିଯୋଗିତା ର ଦାୟିତ୍ୱରେ ଥିବା ଅଭିଷେକ ବିଶ୍ୱାସ ଓ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ ପ୍ରମୁଖ ଏହି ପ୍ରତିଯୋଗିତା କୁ ସଂଚାଳନ ର ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l
ଏହି ବ୍ୟାଡ଼ମୀଣ୍ଟନ ଚମ୍ପିୟାନ ସିପ କୁ ରାଜ୍ୟସ୍ତରୀୟ ଟେକ୍ନିକାଲ ଅଫିସିଆଲ ଟିକେଶ୍ୱର ସାହୁ, ନୀଳାଞ୍ଚଳ ସେଠି, ସୂର୍ଯ୍ୟ ପାଣିଗ୍ରାହୀ, ହେମାନନ୍ଦ ଥପା, ମଣି ବେଜି, ଆୟୁଷ ନନ୍ଦ ବାବୁଲୁ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଟୁର୍ନାମେଣ୍ଟ ଡାଇରେକ୍ଟର ଅଭିଷେକ ବିଶ୍ୱାସ ଓ ମ୍ୟାଚ ରେଫରୀ ଲକ୍ଷ୍ୟପତି ନନ୍ଦ ସଂଚାଳନ କରିଥିଲେ l ସୂଚନା ଯୋଗ୍ୟ ଯେ
ଏହି ପ୍ରତିଯୋଗିତା ର ବିଜେତା ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାର ସୁଯୋଗ ପାଇବେ l
ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ରେ ବିଭିନ୍ନ ବର୍ଗରେ ଜିଲ୍ଲା ର ୧00ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ l
ଏହି ପ୍ରତିଯୋଗିତା ରେ ବାଳକ,ବାଳିକା ତଥା ପୁରୁଷ ଓ ମହିଳା ବିଭାଗରେ ସିଙ୍ଗିଲ୍ସ, ଡବଲ୍ସ, ମିକ୍ସଡ଼ ଡବଲ୍ସ ରେ ମ୍ୟାଚ ଗୁଡିକ ଖେଳାଯାଇଥିଲା।

More Stories