Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ଏବଂ ଅଷ୍ଟମ ଅନୁଛେଦ ରେ ସାମିଲ ଦାବି ଦୋହରାଇଲା କଂଗ୍ରେସ

ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ଦେବା ପ୍ରସଙ୍ଗ
▪️ସମ୍ବଲପୁରୀ ଭାଷା ବ୍ୟବହାର କରୁଥିବା ୨ କୋଟିରୁ ଉର୍ଦ୍ଧ ଲୋକଙ୍କ ଅସ୍ମିତା ପ୍ରତି କୁଠାରଘାତ- ଦୁର୍ଗା ପାଢ଼ୀ
▪️ ମନ୍ତ୍ରୀଙ୍କ କୌଣସି ପ୍ରସ୍ତାବ ନ ଥିବା ବକ୍ତବ୍ୟ କୁ ଜ଼ିଲ୍ଲା କଂଗ୍ରେସ ର ଦୃଢ ନିନ୍ଦା

ସମ୍ବଲପୁର:ଚଳିତ ବିଧାନସଭା ଅଧିବେଶନରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମ୍ବଲପୁରୀ ଭାଷା କୁ ସରକାରୀ ମାନ୍ୟତା ପ୍ରଦାନ ତଥା ଅଷ୍ଟମ ଅନୁଛେଦ ରେ ସାମିଲ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ବୋଲି ଦେଇଥିବା ବକ୍ତବ୍ୟ କୁ ଜ଼ିଲ୍ଲା କଂଗ୍ରେସ କମିଟି ସଂଯୋଜକ ଶ୍ରୀ ଦୁର୍ଗା ପାଢ଼ୀ ସମ୍ବଲପୁରୀ ଭାଷା ବ୍ୟବହାର କରୁଥିବା ୨ କୋଟି ରୁ ଉର୍ଦ୍ଧ ଲୋକଙ୍କ ଅସ୍ମିତା ପ୍ରତି ଏହା କୁଠାରଘାତ ବୋଲି କହିଛନ୍ତି I ପଶ୍ଚିମ ଓଡ଼ିଶାର ୨ କୋଟି ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କ ସମେତ ଛତିଶଗଡ଼ ଏବଂ ଝାରଖଣ୍ଡର ରାଜ୍ୟ ର ଅନେକ ଅଂଚଳ ରେ ସମ୍ବଲପୁରୀ ଭାଷା ପ୍ରଚଳିତ I ଅନ୍ୟପକ୍ଷରେ କେନ୍ଦ୍ର ସହଯୋଗ ରେ ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ ଏବଂ ଅଷ୍ଟମ ଅନୁଛେଦ ରେ ସାମିଲ ନିମନ୍ତେ ବିଜେପି ତାର ୨୦୨୪ ନିର୍ଵାଚନୀ ଇସ୍ତାହାର ରେ ଗୋଷଣା କରିଥିବା ମନ୍ତ୍ରୀ ଶ୍ରୀ ସୁରଜ ଜାଣି ନାହାନ୍ତି କି ବୋଲି କଂଗ୍ରେସ ପ୍ରଶ୍ନ କରିଛି I ଏହା ସତ୍ତ୍ବେ ଯଦି ରାଜ୍ୟ ସରକାର ଙ୍କ ସଂସ୍କୃତି ମନ୍ତ୍ରୀ ଏଭଳି ବକ୍ତବ୍ୟ ଦେଇଛନ୍ତି ତେବେ ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଟେ ବୋଲି ଆଜି ସ୍ଥାନୀୟ କଂଗ୍ରେସ ଭବନ ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକ ପ୍ରକାଶ କରାଯାଇଛି I ଡିସିସି ସଂଯୋଜକ ଶ୍ରୀ ପାଢ଼ୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ଏବଂ ଅଷ୍ଟମ ଅନୁଛେଦ ରେ ସାମିଲ ପାଇଁ ପୁନଶ୍ଚ ଦାବି କରାଯାଇଛି I ଏହି ବୈଠକ ରେ ପିସିସି ସଭ୍ୟ ବରିଷ୍ଠ ଆଇନଜୀବି ଚନ୍ଦ୍ର ପୁରୋହିତ, ପିସିସି ସଭ୍ୟା ସୁରଞ୍ଜିନୀ ବାରିକ, ବରିଷ୍ଠ କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ଦାଶ, ପ୍ରକାଶ ଶତପଥି, ଜ଼ିଲ୍ଲା ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ସୂତପା ମିତ୍ର ,ପୂର୍ବତନ କାଉନସିଲର କୃଷ୍ଣ ସୁନାର ଓ ଅଶୋକ ସୋନି, ଓବିସି ଜ଼ିଲ୍ଲା ସଭାପତି ଶିବବ୍ରତ ପ୍ରଧାନ,ପିସିସି (କୃଷକ ସେଲ) ସାଧାରଣ ସମ୍ପାଦକ ଗୋବିନ୍ଦ ମିଶ୍ର, ସୁବାସିନୀ ମୁଣ୍ଡା, କୃଷକ ନେତା ଲଷ୍ମୀ ପ୍ରଧାନ, ଦଶରଥ ଦାସ, ବିରଞ୍ଚି ମହାପାତ୍ର, କବିତା ପଟ୍ଟନାୟକ, ବାବୁ ଖାନ, ରାଜେଶ ମିଶ୍ର, ତପନ ବେହେରା, ଏମ୍.ଡି. ସଲିମ ପ୍ରମୁଖ ଉପସ୍ଥିତ ଥିଲେ।

More Stories