ଶ୍ରୀ ଶ୍ରୀ ମାଁ କାମାକ୍ଷା ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ଆରମ୍ଭ

ସମ୍ବଲପୁର:କାମାକ୍ଷା ବିହାର, ବୈଦାରନୂଆପାଲି ଠାରେ ଥିବା ଶ୍ରୀ ଶ୍ରୀ ମାଁ କାମାକ୍ଷା ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ଗତ କାଲି ଠାରୁ ଆରମ୍ଭ ହୋଇଛି।ଏହା ଆସନ୍ତା ୦୭ ତାରିଖ ପର୍ଯ୍ୟନ୍ତ ଶାରଦୀୟ ନବ ଦିନାମୁକ ପୂଜା ନିମ୍ନ କାର୍ଯ୍ୟସୂଚୀ ମତେ ପାଳିତ ହେବା ନେଇ ମନ୍ଦିର କମିଟି ଜଣାଇଛନ୍ତି।
ଗତକାଲି କଳସ ଯାତ୍ରା ହେବା ପରେ ଆଜିପ୍ରତିପଦା ତିଥିରେ ଶୈଳପୁତ୍ରୀ ବେଶ ମା ଧାରଣ କରିଛନ୍ତି।୨୩ ତାରିଖ ମଙ୍ଗଳବାର, ଦ୍ବିତୀୟାରେ ବ୍ରହ୍ମଚାରିଣୀ ବେଶ,ବୁଧବାର, ତୃତୀୟା ତିଥିରେ ଚନ୍ଦ୍ରଘଣ୍ଟା ବେଶ,ଗୁରୁବାର ଚତୁର୍ଥୀ ତିଥିରେ କୁଷ୍ମାଣ୍ଡା ବେଶ, ଶୁକ୍ରବାର ପଞ୍ଚମୀ ଦିନ ସ୍କନ୍ଦମାତା ବେଶ,ଶନିବାର, ଷଷ୍ଠୀରେ କାତ୍ୟାୟନୀ ବେଶ,ରବିବାର, ମହାସପ୍ତମୀରେ କାଳରାତ୍ରୀ ବେଶ, ସୋମବାର, ମହାଷ୍ଟମୀ-ଭାଇ ଜୀଉଁତିଆ ଦିନ – ମହାଗୌରୀ ବେଶରେ ପୂଜା ପାଇବା ବେଳେ ୩୦ ତାରିଖ ମଙ୍ଗଳବାର, ମହାନବମୀରେ ବିଶେଷ ପୂଜା ଅନୁଷ୍ଠିତ ହେବ।ସେହି ଦିନ ସନ୍ଧ୍ୟାରେ ସନ୍ଧିପୂଜା ଓ ମହାନବମୀ ପୂଜା ସନ୍ଧ୍ୟା ୮ଟାରୁ, ଚଣ୍ଡୀହୋମ ରାତ୍ରି ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆସନ୍ତା ମାସ ୦୧ ତାରିଖ ବୁଧବାର ଦେବୀଙ୍କ ବିଶ୍ରାମ ପୂଜା ସକାଳ ୧୦ଟାରେ ନବକନ୍ୟା ପୂଜା ଓ ୦୨ତାରିଖ ଗୁରୁବାର, ବିଜୟା ଦଶମୀ ଅପରାଜିତା ପୂଜା, ଆନୁସାଙ୍ଗିକ କର୍ମ କାର୍ଯ୍ୟ ରୀତିନୀତିରେ କରାଯିବ।
ସେହିପରି ୦୭.୧୦.୨୦୨୫ ମଙ୍ଗଳବାର, କୁମାର ପୂର୍ଣ୍ଣିମାରେ ମାଁ କାମାକ୍ଷାଙ୍କ ରାଜରାଜେଶ୍ଵରୀ ବେଶ ଏବଂ ସନ୍ଧ୍ୟାରେ ଧ୍ୱଜାରୋହଣ ଉତ୍ସବ ପାଳିତ ହେବ। ଏହି ସମୟରେ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧ଟାରୁ ୨.୩୦ ପର୍ଯ୍ୟନ୍ତ ସମସ୍ତ ଭକ୍ତମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।