Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷା:ରାଜ୍ୟର ଦ୍ବିତୀୟ ସରକାରୀ ଭାଷା ସହ ଅଷ୍ଟମ ପରିଚ୍ଛେଦରେ ସାମିଲ୍ ପାଇଁ ଦାବି

ସମ୍ବଲପୁର: ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ୨୬ ଲକ୍ଷ ୪୦ ହଜାର ଲୋକଙ୍କ ମାତୃଭାଷା ହେଉଛି ସମ୍ବଲପୁରୀ । ବେସରକାରୀ ହିସାବ ଅନୁସାରେ ଓଡିଶା ସମେତ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ରାଜ୍ୟର ଦୁଇକୋଟି ଲୋକ ସମ୍ବଲପୁରୀ ଭାଷା ବ୍ୟବହାର କରୁଛନ୍ତି। ସେଥିପାଇଁ ଓଡ଼ିଶା ସରକାର ଅବିଳମ୍ବେ ସମ୍ବଲ ପୁରୀ ଭାଷାକୁ ରାଜ୍ୟର ଦ୍ବିତୀୟ ସରକାରୀ ଭାଷାର ମାନ୍ୟତା ଦିଅନ୍ତୁ। ଏହାସହ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାର କୁ ପ୍ରସ୍ତାବ ଦିଅନ୍ତୁ। ପୁଣି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବଲପୁରୀ ଭାଷାରେ ପାଠପଢ଼ା ବ୍ୟବସ୍ଥା କରନ୍ତୁ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆହ୍ବାନରେ ସୋମବାର ସାମ୍ବାଦିକ ଭବନ ରେ ଅନୁଷ୍ଠିତ ବିଭିନ୍ନ ସଙ୍ଗଠନର ମିଲିତଠାରେ ଦାବି କରାଯାଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ସମ୍ବଲପୁରୀ ଭାଷା ଠାରୁ କମ୍ ଲୋକ ବ୍ୟବହାର କରୁଥିବା ଏବଂ କମ୍ ସମୃଦ୍ଧ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ସୋଇସାରିଛନ୍ତି। ତେବେ ରାଜନୈତିକ ଅବହେଳା କାରଣରୁ ସମ୍ବଲପୁରୀ ଭାଷା ସାମ୍ବିଧାନିକ ମାନ୍ୟତା ରୁ ବଞ୍ଚିତ ରହିଥିବା ବୈଠକରେ ଅଭିଯୋଗ ହୋଇଥିଲା। ଏହାସହ ବୈଠକରେ ରାଜ୍ୟ ସଂସ୍କୃତି ମନ୍ତ୍ରୀସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ସମ୍ବଲପୁରୀ ଭାଷା ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ପାଇଁ କୌଣସି ଯୋଜନା ନଥିବା ନେଇ ଦେଇଥିବା ବକ୍ତବ୍ୟକୁ ନିନ୍ଦା କରାଯାଇଥିଲା। ରାଜ୍ୟ ସରକାର ଓଡ଼ିଶାର ଅସ୍ମିତା କଥା କହି ସରକାର କୁ ଆସିଥିବା ବେଳେ ସମ୍ବଲପୁରୀ ଭାଷା ପ୍ରତି ଉଦାସୀନତା ଦୁର୍ଭାଗ୍ୟଜନକ ବୋଲି ବୈଠକରେ କୁହାଯାଇଥିଲା। ଅବିଳମ୍ବେ ଏଥି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବିକରାଯାଇଥିଲା। ବୈଠକରେ ପ୍ରଶିସନ ଏବଂ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ଗବେଷକ ଶଶାଙ୍କ ଶେଖର ପଣ୍ଡା, ଲକ୍ଷ୍ମୀ ନାରାୟଣ ପଣ୍ଡା, ମୁକ୍ତକଣ୍ଠ ପ୍ରଧାନ, ଶୁଶିଲ ତ୍ରିପାଠୀ, ଶିବ ପ୍ରସାଦ ମେହେର, ମାନସ ଷଡ଼ଙ୍ଗୀ, ସୁବାସ ପାଣିଗ୍ରାହୀଙ୍କୁ ନେଇ ଏକ କମିଟି ଗଠନ କରାହେଇଥିଲା। ବୈଠକରେ କାଳିନ୍ଦୀ ପ୍ରତାପ ସିଂହ, ସୁଶାନ୍ତ ବରାଇ, ରାମାନୁଜ ପଣ୍ଡା, ଲଲିତ ବେବର୍ତ୍ତା, ରାଜେଶ ବେହେରା, କମଲ ଲୋଚନ ପଣ୍ଡା, ରାହୁଲ ଗୁପ୍ତା, ଶଙ୍କର ବେହେରା, ଅଜୟ ନାଥ, ବାବୁଲା ଷଷ୍ଢ, ବାବଲୁ ବାଗ, ପ୍ରଫୁଲ୍ଲ ହୋତା, ସୁଷମା ପ୍ରଧାନ, ପଙ୍କଜିନୀ ମେହେର, ପ୍ରଭଞ୍ଜନ ପୂରୋହିତ, ରାଧେଶ୍ୟାମ ପ୍ରଧାନ, କୃଷ୍ଣଚନ୍ଦ୍ର ବାଗ,ତଫିଜୂଲ ହୁସେନ,ସୁନିଲ୍ ସାଗର, ପ୍ରଦ୍ୟୁମ୍ନ ବିଶି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ଡଃ ସ୍ବୟଂ ପ୍ରକାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

More Stories