Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳ ଉପନିର୍ଦ୍ଦେଶକଙ୍କ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ

ସମ୍ବଲପୁର:ସମ୍ବଲପୁର ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉତ୍ତରାଞ୍ଚଳ ଉପନିର୍ଦ୍ଦେଶକ କଲ୍ଯାଣୀ ଦାଶ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। କାର୍ଯ୍ୟାଳୟରେ ଉପସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପନିର୍ଦ୍ଦେଶକ ଙ୍କୁ ସ୍ଵାଗତ ଜଣାଇଥିଲେ।ଏହାପରେ ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହ ବିଭାଗ ର ସମ୍ମାନ ବୃଦ୍ଧି କରାଇବା ନିମନ୍ତେ ପ୍ରତ୍ଯେକ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟାଳୟ ର ବିଭିନ୍ନ ନଥି ଓ ରେଜିଷ୍ଟର ତନଖି କରିବା ସହ କାର୍ଯ୍ୟାଳୟ ର ସମସ୍ତ କାର୍ଯ୍ୟ ସମୟାନୁବର୍ତ୍ତିତା ଅବଲମ୍ବନ ପୂର୍ବକ ସମ୍ପନ୍ନ କରିବା ସକାଶେ ପରାମର୍ଶ ଦେଇଥିଲେ। ଏହି ଅବସର ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲୁ, ପ୍ରୋଯେକ୍କ୍ସିୟୋନିଷ୍ଟ ଶ୍ରୀ ହାରାଧନ ମେଣ୍ଡଲି, କ୍ଲର୍କ କମ ଲାଇବ୍ରେରିୟାନ ନଗେନ ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

More Stories