Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକୃତିର ତାଣ୍ଡବ ଲୀଳା:ମଣିଷକୃତ କୁତ୍ରିମ ବନ୍ୟାରେ ସମ୍ବଲପୁର ଉବୁଟୁବୁ

ଜିଲ୍ଲା ପ୍ରଶାସନ ନେଲେ ତତକ୍ଷଣାତ ପଦକ୍ଷେପ

ସମ୍ବଲପୁର:ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି। ଫଳରେ ସମ୍ବଲପୁର ସହରର ଅବସ୍ଥା ବେହାଲ ହୋଇପଡିଛି।ପ୍ରକୃତିର ତାଣ୍ଡବ ଲୀଳା ଦେଖାଇଛି ସମ୍ବଲପୁର ସହରର ରୂପ।ମଣିଷ କୃତ କୁତ୍ରିମ ବନ୍ୟାରେ ସମ୍ବଲପୁର ଉବୁଟୁବୁ। ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ପାଣି ଜମି ରହିବା ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ଅନେକ ଘରେ ଚୁଲି ଜଳୁନଥିବା ବେଳେ ବହୁ ସ୍ଥାନରେ ଗାଡି ମଟର ବୁଡି ରହିଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇ ତତକ୍ଷଣାତ ପଦକ୍ଷେପ ନିଆଯାଇଛି।
ଜିଲ୍ଲାପାଳ ଓ ସମ୍ବଲପୁର ମହାନଗର ନିଗମ କମିଶନର ବନ୍ୟା ଅଞ୍ଚଳ ପରିଦର୍ଶନ କରି ସମସ୍ୟା ଟାଳିବାକୁ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି।ପ୍ରଶାସନ ସହିତ ଅଗ୍ନିଶମ ବିଭାଗ ଓ ଓଡ୍ରାପ୍ଟ ଟିମ ନିଜର ପାରଦର୍ଶିତା ଦେଖିବାକୁ ଲାଗିପଡିଛନ୍ତି।

ମହାନଗର ନିଗମ ଅଞ୍ଚଳର କମିଶନର କଲୋନୀ, ଦାନିପାଳି, ହାଉସିଙ୍ଗ ବୋର୍ଡ କଲୋନି, ହୀରାକୁଦ କଲୋନି, ସାରସ୍ୱତ ଗଳି, ଚାରଭାଟି, କଲ୍ୟାଣ ନଗର, ସାକ୍ଷୀପଡା, ଭତରା, କ୍ଷେତରାଜପୁର, ରେଲୱେ ଷ୍ଟେସନ,ଗୋପାଳମାଳ, ଶାନ୍ତିନଗର, ଫାଟକ, ମାଳିପଡା, କମିଶନର କଲୋନି ପମ୍ପ ହାଉସ, ପୁଟିବନ୍ଧ ଓ ଏନଏସସିବି କଲେଜ ନିକଟସ୍ଥ ପିଲାକନ୍ଦାଇପଡା ଭଳି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ତ୍ୱରିତ ପ୍ରୟୋଜନୀୟ ପଦକ୍ଷେପ ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଯୋଗ୍ୟଯେ, ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ବର୍ଷା ଜଳ ହୀରାକୁଦ ନଦୀବନ୍ଧର ଜଳସ୍ତର କ୍ଷମତା ଧାରଣ କରୁଥିବାରୁ ହୀରାକୁଦର ୧୨ ଗେଟ ଦ୍ୱାରା ବର୍ତ୍ତମାନ ଜଳ ନିଷ୍କାସନ କରାଯାଉଛି।ତେବେ ଏହି ବନ୍ୟା ଜଳ ମହାନଦୀରେ ମିଶିବା ପରେ ବି ସମ୍ବଲପୁର ସହର ପାଇଁ କୌଣସି ଭୟ ବା ଆଶଙ୍କା କରିବାର କାରଣ ନାହିଁ। କେବଳ ବର୍ଷା ଜଳ ତଳ ମୁଣ୍ଡକୁ ଅବା ମହାନଦୀ ମୁହାଁଣକୁ ଯାଇ ପାରୁନଥିବା ଯୋଗୁଁ ଏଭଳି କୁତ୍ରିମ ବନ୍ୟା ସହର ମଧ୍ୟରେ ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ଶେଷ ୪ ଦିନରେ ଯୁଜୁମୁରା ବ୍ଲକ ଅଞ୍ଚଳରେ ୭୬. ୦୮,ଧନକଡାରେ ୧୭୮. ୦୨,ରେଙ୍ଗାଲି ୨୫୦. ୦୬,ମାନେଶ୍ଵର ୧୫୫. ୦୬,କୁଚିଣ୍ଡା ୬୦. ୦୨,ଜମନକିରା ୫୫. ୦୬, ବାମରା ୫୦.୦୪,ରେଢ଼ାଖୋଲ ରେ ୭୨. ୦,ନାକଟିଡେଉଲ ୧୭. ୦ ମିମି
ବର୍ଷା ହୋଇଥିବା ଆକଳନ କରାଯାଇଛି।ଏହିପରି ଜିଲ୍ଲାରେ ସର୍ବମୋଟ ୧୧୮୪. ୦୬ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଜି ଦିନ ୧୨ ଟା ପରେ ସମଗ୍ର ଜିଲ୍ଲାରେ ବର୍ଷା ପ୍ରଭାବ କମି ଯିବା ସହ ପାଗ ଶୁଖିଲା ପଡିଥିବାରୁ ଲୋକଙ୍କ ମହଲରେ ଆଶ୍ବତୀ ପ୍ରକାଶ ପାଇଥିଲା। କିନ୍ତୁ ଅପରାହ୍ନ ୩.୩୬ ମିନିଟ ପରେ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ସହରବାସୀ ଏବେ ଆତଙ୍କରେ ରହିଛନ୍ତି।ଅନ୍ୟପଟେ ବଙ୍ଗୋପସାଗରରେ ଦେଖାଦେଇଥିବା ଏହି ଲଘୁଚାପ ଫଳରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷୀବା ପାଣିପାଗ ଆକଳନ କରିଥିବାରୁ ଯଦି ବର୍ଷା ଲାଗିରହେ ତେବେ ଏହାର ପ୍ରଭାବ ସୁଦୂରପ୍ରସାରି ହେବା ଆଶଙ୍କା ରହିଛି। ଉପର ମୁଣ୍ଡରେ ଯଦି ଅଧିକ ବର୍ଷା ହୁଏ ତେବେ ହୀରାକୁଦ ନଦୀବନ୍ଧ ର ୧୨ଟି ସୁଇଜ ଗେଟରୁ ବର୍ତ୍ତମାନ ଜଳ ନିଷ୍କାସନ ହେଉଥିବା ବେଳେ ତାହା ଆଗକୁ ବଢ଼ିବା ସମ୍ଭାବନା ରହିଛି।