Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର:ବୁଧବାର ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବକ୍ତା ଭାବରେ ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁର ଯୋଗଦେଇ ଜାତୀୟ ସେବା ଯୋଜନାର ନୀତି ଆଦର୍ଶ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀଙ୍କୁ ବୁଝାଇବା ସହ ରାଷ୍ଟ୍ର ସେବାର ମନୋବୃତ୍ତି ନେଇ ବିଦ୍ୟାର୍ଥୀମାନେ ଦେଶ ଗଠନ ସକାଶେ ବ୍ରତି ହେବା ଉଚିତ ବୋଲି ପରାମର୍ଶ ଦେଇ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଏହା ଶିଖାଇବାର ଏକ ମାଧ୍ୟମ ବୋଲି କହିଥିଲେ। ବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସମାପନ ପରେ ଯୋଜନାର ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟ ପରିସରରେ ସଫେଇ କରିଥିଲେ। ବ୍ୟାସଦେବ ପଣ୍ଡା,ମିନତି ଦାଶ,ସ୍ୱାତି ପତି,ସ୍ମାରକୀ ମାହାର,ଦିପ୍ତୀରେଖା ପଣ୍ଡା,ସଂଗ୍ରାମ କେଶରୀ ମିଶ୍ର,ସୁଶ୍ରୀତ ଷଢଙ୍ଗୀ ଚୈତନ୍ୟ ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।