Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକୃତିର ତାଣ୍ଡବ ଲୀଳା ଘଟଣା: ସମ୍ବଲପୁର ଅବସ୍ଥା ସ୍ୱାଭାବିକ

ସମ୍ବଲପୁର:ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ସମ୍ବଲପୁର ସହରର ଅବସ୍ଥା ଗତକାଲି ଯାହା ଥିଲା, ତାହା ଆଉ ନାହିଁ।ପ୍ରକୃତିର ତାଣ୍ଡବ ଲୀଳାରେ ମଣିଷ କୃତ କୁତ୍ରିମ ବନ୍ୟାରେ ସମ୍ବଲପୁର ଉବୁଟୁବୁ ହୋଇ ସବୁ ଠପ ହୋଇଯାଇଥିଲା।କିନ୍ତୁ ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତତକ୍ଷଣାତ ପଦକ୍ଷେପ ନିଆଯିବା ଫଳରେ ସମ୍ବଲପୁର ର ଅବସ୍ଥା ସ୍ୱାଭାବିକ ହୋଇଛି।

ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଓ ସମ୍ବଲପୁର ମହାନଗର ନିଗମ କମିଶନର ରୋହନ କ୍ଷେତ୍ରୀ ବନ୍ୟା ଅଞ୍ଚଳ ପରିଦର୍ଶନ କରି ସମସ୍ୟା ଟାଳିବାକୁ ଆପ୍ରାଣ ପ୍ରୟାସ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିଛି।ପ୍ରଶାସନ ସହିତ ଅଗ୍ନିଶମ ବିଭାଗ ଓ ଓଡ୍ରାପ୍ଟ ଟିମ ନିଜର ପାରଦର୍ଶିତା ଦେଖାଇ ସହାରକୁ ପୂର୍ବ ଅବସ୍ଥାକୁ ଫେରାଇଆଣିବାରେ ସଫଳ ହୋଇଛନ୍ତି। ପୁଟିବନ୍ଦ ଅଞ୍ଚଳର ଶୋଭନୀୟ ଶିକ୍ଷାଶ୍ରମ ଭଳି କେତେକ ତଳିଆ ଅଞ୍ଚଳରେ ପାଣି ଏବେବି ଜମିରହିବା ଦେଖିବାକୁ ମିଳିଥିଲେ ସୁଦ୍ଧା ଅନେକ ସ୍ଥାନରୁ ଜଳ ନିଷ୍କାସନ ହୋଇଛି।

ମହାନଗର ନିଗମ ଅଞ୍ଚଳର କମିଶନର କଲୋନୀ, ଦାନିପାଳି, ହାଉସିଙ୍ଗ ବୋର୍ଡ କଲୋନି, ହୀରାକୁଦ କଲୋନି, ସାରସ୍ୱତ ଗଳି, ଚାରଭାଟି, କଲ୍ୟାଣ ନଗର, ସାକ୍ଷୀପଡା, ଭତରା, କ୍ଷେତରାଜପୁର, ରେଲୱେ ଷ୍ଟେସନ,ଗୋପାଳମାଳ, ଶାନ୍ତିନଗର, ଫାଟକ, ମାଳିପଡା, କମିଶନର କଲୋନି ପମ୍ପ ହାଉସ, ପୁଟିବନ୍ଧ ଓ ଏନଏସସିବି କଲେଜ ନିକଟସ୍ଥ ପିଲାକନ୍ଦାଇପଡା ଭଳି ବିଭିନ୍ନ ଅଞ୍ଚଳରେ ତ୍ୱରିତ ପଦକ୍ଷେପ ନିଆଯାଇଛି। ଅନେକ ସ୍ଥାନରେ ଶୁଖିଲା ଖାଦ୍ୟ ମଧ୍ୟ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି। ଗତକାଲି ରାତିରୁ ବର୍ଷା ଛାଡ଼ିଥିବା ବେଳେ ଆଜି ଶୁଖିଲା ପାଗ ରହିଥିବାରୁ ଲୋକଙ୍କ ମନରେ ଆଶ୍ବସ୍ତି ମଧ୍ୟ୍ୟ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ