ଓଟିଏମଏ ର ନୁଆଁଖାଇ ଭେଟଘାଟ,ଅପରେସନାଲ୍ ସଫ୍ଟୱେରର ଲୋକାର୍ପଣ

ସମ୍ବଲପୁର:ଓଡିଶା ଟ୍ରାନ୍ସଫର୍ମର ମାନୁଫାକ୍ଚରର୍ସ ଆସୋସିଏସନ୍ର ପକ୍ଷରୁ ସମ୍ବଲପୁରରେ ନୂଆଖାଇ ଭେଟଘାଟ୍ ପାଳିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ କାରଖାନାର ମାଲିକ, ପ୍ରତିନିଧି ଓ କର୍ମଚାରୀମାନେ ଏହି ଉତ୍ସବରେ ଯୋଗଦେଇଥିଲେ । ସଂଘର ଅଧ୍ୟକ୍ଷ ଶାରଦା ଦାସ ଅବସରରେ ଇଟିଏନ ସଲୁସନ୍ର ଟ୍ରାନ୍ସଫର୍ମର ଶିଳ୍ପ ପାଇଁ ପ୍ରସ୍ତୁତ “ଅପରେସନାଲ୍ ସଫ୍ଟୱେର”ର ଲୋକାର୍ପଣ କରିଥିଲେ । ଏହି ସଫ୍ଟୱେର ଦ୍ୱାରା ଶିଳ୍ପର ଦିନ ନିଶା କାର୍ଯ୍ୟ, ଉତ୍ପାଦନ ଓ ତଥ୍ୟ ସଂଗ୍ରହ କାମକୁ ଆହୁରି ସହଜ ଓ ନିୟମିତ କରିବାରେ ସହାୟତା ମିଳିବ ବୋଲି ଶ୍ରୀ ଦାସ କହିଥିଲେ।ସଭାରେ ବିଭିନ୍ନ ଶିଳ୍ପ ସମସ୍ୟା, ବଜାରର ପରିସ୍ଥିତି, ଏବଂ ବିଦ୍ୟୁତ ବିତରଣ କମ୍ପାନୀ ସହିତ ଥିବା ଅସୁବିଧାକୁ ନେଇ ବିଶେଷ ଆଲୋଚନା ହୋଇଥିଲା।ଏହାକୁ ନେଇ ଆସନ୍ତା ଛଅମାସୀୟ ଯୋଜନା ଓ ରୋଡ୍ମ୍ୟାପ୍ ଉପରେ ବିଶେଷ ଚର୍ଚ୍ଚା କରାଯାଇ ଏହି ସମସ୍ୟାର ସମାଧାନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।