ଦୋକାନ ଭାଙ୍ଗି ଚୋରି ଘଟଣାରେ ଅଭିଯୁକ୍ତ ଗିରଫ ଓ ଚୋରା ସାମଗ୍ରୀ ଜବତ

ସମ୍ବଲପୁର:ଦୋକାନ ଭାଙ୍ଗି ଚୋରି ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଓ ଚୋରା ସାମଗ୍ରୀ ଜବତ କରିଛି।
ମିଳିଥିବା ସୂଚନା ମତେ ବୁର୍ଲା ଥାନା ଅନ୍ତର୍ଗତ ଗୋବିନ୍ଦ କୁମ୍ଭାରଙ୍କ ଗାନ୍ଧୀପଡା ର ନିଜର ଗ୍ରୋସେରୀ ଦୋକାନକୁ ୨୪ ତାରିଖ ତାଲା ପକାଇ ତାପରଦିନ ସକାଳୁ ଆସି ଦେଖିବା ପରେ ତାଙ୍କ ଦୋକାନର ତାଲା ଭାଙ୍ଗି ଚୋରୀ ହୋଇଥିବା ଦେଖି ବୁର୍ଲା ଥାନାରେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗରେ ବୁର୍ଲା ଥାନା ପୋଲିସ୍ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ଦେବରାଜ୍ ମହାନନ୍ଦ (୨୦), ପିତା ଆର୍ତ୍ତ ମହାନନ୍ଦ, ଗାଁ – ଗୌଡ଼ପାଲି, ଧୀପାପଡା, ବୁର୍ଲା, ସମ୍ବଲପୁର କୁ ଗିରଫ କରି ତା ନିକଟରୁ ଚୋରୀ ଯାଇଥିବା ନଗଦ ୧୭ ଶହ ଟଙ୍କା ସହିତଲଲିପପ୍ ଚକୋଲେଟ୍ ଥିବା ଗୋଟିଏ ପଲିଥିନ୍,ଡିଲରୁବା ପାନମସଲା, ପାନବହାର ପାନମସଲା,ଏଭରେଷ୍ଟ ଚିକେନ୍ ମସଲା, ମିଟ୍ ମସଲା,ଭାରତ ଜିରା ଗୁଣ୍ଡ, ମାଉଥ୍ ଫ୍ରେସନର,ଲାଇଫବଏ ,ଲକ୍ସ୍,ଭିଭେଲ୍ ସାବୁନ ତେଲ ଭଳି ବହୁ ସାମଗ୍ରୀ ଜବତ କରିଛି।ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବୁର୍ଲା ଥାନାରେ ବିଭିନ୍ନ ଦଫାରେ ୩ଟି ଅପରାଧିକ ମାମଲା ରହିଛି। ଅଭିଯୁକ୍ତ କୁ ପୋଲିସ ଗତକାଲି କୋର୍ଟ ଚାଲାଣ କରିଛି।