ଗୋବିନ୍ଦତୋଳା ମେଢ଼ ରେ ମହାସପ୍ତମୀ ପୂଜା ସମ୍ପନ୍ନ:ମାଁ ଭୁବନେଶ୍ୱରୀ ଙ୍କର ପାଖରେ ଭାଇଜୁଇନ୍ତିଆ ଦୁବଛୁଆଁ ପର୍ବ

ସମ୍ବଲପୁର:ସମ୍ବଲପୁର ସହରର ଗୋବିନ୍ଦତୋଳା ଦୁର୍ଗାପୂଜା ରେ ମାଁ ଭୁବନେଶ୍ୱରୀ ପୂଜା ପାଉଥିବା ବେଳେ ଆଜି ମହାସପ୍ତମୀ ପୂଜା ଆଜି ସମ୍ପନ୍ନ ହୋଇଯାଇଛି l ଏହି ଅବସରସରେ ପଣ୍ଡିତ ଜଗଦୀଶ ପ୍ରସାଦ ଦାସ ଓ ସୁଶ୍ରିତ ଷଡ଼ଙ୍ଗୀ ପ୍ରମୁଖ ରୀତି ଵିଧି ମତେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଏବର୍ଷ ର ପୂଜା କର୍ତ୍ତା ଦାଶରଥି ପଣ୍ଡା ସପତ୍ନୀ ଙ୍କର ସହ କାର୍ଯ୍ୟ ସମ୍ପାଦନ କରିଥିଲେ l
ମହାସପ୍ତମୀ ଅବସରରେ ମାଁ ଭୁବନେଶ୍ୱରୀ ଙ୍କର ପାଖରେ ଭାଇଜୁଇନ୍ତିଆ ବ୍ରତଧାରୀ ମହିଳା ମାନେ ଆଣିଥିବା ଦୁବ ଚାଉଳ କୁ ଛୁଆଇଁ ଥିଲେ l
ସୂଚନାଯୋଗ୍ୟ ଯେ ମହିଳା ମାନେ ଦଶହରା ପର୍ବ ରେ ନିଜ ମାଆଁ ଘରକୁ ଆସିଥାନ୍ତି ଏବଂ ନିଜର ଭାଇ ମାନଙ୍କର ଶୁଭ ମାନସୀ ଏହି ଭାଇଜୁଇନ୍ତିଆ ଦୁବ ଫୁଲ ଚାଉଳ ଙ୍କୁ ଦେବୀ ମାଁ ଦୁର୍ଗା ଙ୍କର ପାଖରେ ଛୁଆଁଇବାର ପରମ୍ପରା ରହିଛି l ଆଜିର ଏହି ଦୁବ ଛୁଆଁ ପାଇଁ ମାଁ ଭୁବନେଶ୍ୱରୀ ଙ୍କର ପାଖରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ପୂଜା ସମୟରେ ମେଢ଼ ରେ ଏକତ୍ରିତ ହୋଇ ମାଁ ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ l
ଆଜିର ଏହି ଦୁବ ଚାଉଳ ଛୁଆଁ ପୂଜା ପର୍ବ ରେ ପୂଜା ଦାୟିତ୍ୱ ରେ ଥିବା ଦୀପକ କୁମାର ପଣ୍ଡା, ଗୌରୀଦାସ ପଣ୍ଡା, ରଂଜିତ ରଥ,ପ୍ରହଲ୍ଲାଦ ପାଣିଗ୍ରାହୀ, ଶ୍ରୀକାନ୍ତ ପଣ୍ଡା ,ଅନିଲ ନାୟକ, ସୂର୍ଯ୍ୟ ପାଣିଗ୍ରାହୀ, ରୁଦ୍ର ପ୍ରସାଦ ଷଡ଼ଙ୍ଗୀ, ଆଲୋକ ପଣ୍ଡା, ଟୁଲୁ ବଡ଼ପଣ୍ଡା,ପ୍ରତୀକ ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।