Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଲୋଚନ ଦାଶଙ୍କ ପରଲୋକ

ସମ୍ବଲପୁର:ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ପଦ୍ମ ଲୋଚନ ଦାଶ (୫୧)ଙ୍କ ରେଳ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ବରପାଲି ରେଳଷ୍ଟେସନ ସମ୍ମୁଖରେ ତାଙ୍କ ମୃତଦେହ ପଡ଼ିଥିବା ଦେଖା ଯାଇଥିଲା। ସମ୍ବଲପୁର ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରେଳ ଷ୍ଟେସନ ସମ୍ମୁଖରେ ତାଙ୍କ ବାଇକ୍ ଥିଲା। ରେଳରୁ ଓହ୍ଲାଉଥିବା ବେଳେ ହୁଏତ ସେ ଖସିପଡ଼ି ପ୍ରାଣ ହରାଇଥିବା କୁହା ଯାଉଥିବା ବେଳେ ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ପ୍ରକାଶଥାଉ କି ସ୍ବର୍ଗତ ଦାଶ ଅଲ୍ ଇଣ୍ଡିଆ ରେଡିଓର ଜଣେ ସ୍ଵୀକୃତି ପ୍ରାପ୍ତ ମ୍ୟୁଜିକ୍ କମ୍ପୋଜର୍ ଥିଲେ ଓ କେନ୍ଦ୍ର ସରକାରଙ୍କ ଫେଲୋସିପ୍ ମଧ୍ୟ ପାଇଥିଲେ। ସେ ବରପାଲିର ସମସ୍ତ ସାଂସ୍କୃତିକ ଅନୁଷ୍ଠାନ ସହ ନିବିଡ଼ ଭାବେ ଜଡ଼ିତ ରହି କି ବୋର୍ଡ ବଜାଉଥିଲେ। ଏପରିକି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବହୁ ନାମୀଦାମୀ ଗାୟକମାନଙ୍କ କାର୍ଯକ୍ରମରେ ସେ କି ବୋର୍ଡ ବଜାଉଥିଲେ। ତାଙ୍କ ନିର୍ଦ୍ଦେଶନାରେ ବହୁତ ଗୁଡ଼ିଏ କ୍ୟାସେଟ୍ ମଧ୍ୟ ରିଲିଜ୍ ହୋଇଛି। ସେ ବରପାଲି ସ୍ଥିତ ଲିଟିଲ୍ ଏଞ୍ଜଲସ ପବ୍ଲିକ ସ୍କୁଲର ସଙ୍ଗୀତ ଶିକ୍ଷକ ଭାବରେ କାର୍ଯ୍ୟରତ ଥିବା ସହିତ ଶ୍ୟାମା ସଙ୍ଗୀତ ବିଦ୍ୟାଳୟରେ ମଧ୍ୟ ସଙ୍ଗୀତ ଶିକ୍ଷା ପ୍ରଦାନ କରୁଥିଲେ । ତାଙ୍କର ଏହି ଅକାଳ ମୃତ୍ୟୁରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ନବ ମହତ୍ତମ୍ ଦୁଃଖ ପ୍ରକାଶ କରିଛନ୍ତି। ସ୍ୱର୍ଗତ ପଦ୍ମଲୋଚନ ଦାଶଙ୍କ ମୃତ୍ୟୁରେ ସମଗ୍ର ପଶ୍ଚିମ ଓଡ଼ିଶା ଏପରି ଜଣେ କଳାକାରଙ୍କୁ ହରାଇଛି ଯାହାଙ୍କ ଶୂନ୍ୟ ସ୍ଥାନ କେହି ବି ପୁରଣ କରି ପାରିବେ ନାହିଁ ବୋଲି ବିଶିଷ୍ଟ କଳାକାର ବୁଲୁ ସ୍ୱାଇଁ ଦୁଃଖ ପ୍ରକାଶ କରି କହିଛନ୍ତିି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ