Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭସାଣି ଯାତ୍ରାରେ ବିଦାୟ ନେଲେ ମାଁ ଭୁବନେଶ୍ୱରୀ

ସମ୍ବଲପୁର:ସମ୍ବଲପୁର ର ଆକର୍ଷଣ ଗୋବିନ୍ଦତୋଳା ଦୁର୍ଗାପୂଜା ଏହି ବର୍ଷ ପାଳନ କରିଛି ୫୭ ବର୍ଷ l ପ୍ରତିବର୍ଷ ପରି ମଧ୍ୟ ବହୁତ ଧୁମ ଧାମ ରେ ଅନୁଷ୍ଠିତ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜା l ଶାନ୍ତିରୂପା ମାଁ ଭୁବନେଶ୍ୱରୀ ଙ୍କୁ ସୁଦୃଶ୍ୟ ମଣ୍ଡପରେ ପୂଜାର୍ଚନା ପରେ ଗତକାଲି ରାତ୍ରିରେ ବିଶାଳ ଭସାଣି ଯାତ୍ରାରେ ନେଇ ପାରମ୍ପlରିକ ଧୋବୀଜୋର ନଈ ରେ ମାଁ ଙ୍କର ମୂର୍ତ୍ତି ଙ୍କୁ ପାର୍ଶ୍ୱ ଦେବଦେବୀ ଙ୍କ ସହ ନଈର ଜଳ ରେ ଭସେଇ ଦିଆ ହୋଇଛି l
ନବମୀ ଦିନ ବ୍ରାହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀ ହୋମ ସମ୍ପନ୍ନ କରାଯାଇଥିବା ବେଳେ ଦଶମୀ ଦିନ ମାଁ ଙ୍କର ମେଢ଼ରେ ମହା ବିଜୟା ଦଶମୀ ଓ ଅପରାଜିତା ପୂଜା କରାଯାଇଥିଲା l
ଗତକାଲି ର ଭସାଣି ଶୋଭାଯାତ୍ରା ରେ ପାରମ୍ପାରିକ ଶଙ୍ଖ, ଘଣ୍ଟ ସମ୍ପରଦା, ଦୂଲଦୁଲି, ଆଦିବାସୀ ନାଚ , ଡିଜେ ପ୍ରଭୃତି ସାମିଲ କରାଯାଇଥିଲା l
ଗୋବିନ୍ଦତୋଳା ମଣ୍ଡପ ରୁ ବାହାରି ଭିତର ଗୋବିନ୍ଦତୋଳା ଯାତ୍ରା ବୁଲିବା ପରେ ଧନୁପାଲି ଛକ ଯାଏ ଯାତ୍ରା ଯାଇ ଗୋବିନ୍ଦତୋଳା ଛକ କୁ ଫେରି ହରଡ଼ ଜୋର ଭସାଣି ଘାଟ କୁ ଯାଇ ସେଠି ହଜାର ହଜାର ଶ୍ରଦ୍ଧାଳୁ ଙ୍କର ଗହଣରେ ମାଁ ଙ୍କର ଭସାଣି ଙ୍କର ଭସାଣି କରାଯାଇଥିଲା l ଗୋବିନ୍ଦତୋଳା ର ଭସାଣି ଯାତ୍ରା ଯୁବକ ଯୁବତୀ ଠୁ ଆରମ୍ଭ କରି ବରିଷ୍ଠ ବ୍ୟକ୍ତି ମାନେ ମଧ୍ୟ ସାମିଲ ହୋଇଥିଲେ ଯାହା ମାଁ ଭୁବନେଶ୍ୱରୀ ଙ୍କର ବିଦାୟ ଯାତ୍ରା କୁ ଆହୁରି ଦ୍ବିଗୁଣିତ କରିଥିଲା l ଏହି ପରିବେଶ ରେ ଯାହା ଉପସ୍ଥିତ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇଯାଇଥିଲେ l ଆଜିର ଭସାଣି ଯାତ୍ରା ଗୋବିନ୍ଦତୋଳା ଧନୁପାଲି ଛକ ଯାଏ ଲମ୍ବୀଥିବା ରାସ୍ତାର ଦୁଇ ପାର୍ଶ୍ୱରେ ମାଁ ଭୁବନେଶ୍ୱରୀ ଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କର ଭିଡ଼ ଜୋର ଜମିଥିଲା, ଏଥିସହ ଧନୁପାଲି ଦୁର୍ଗାପୂଜା କମିଟି ପକ୍ଷରୁ ଗୋବିନ୍ଦତୋଳାଦୁର୍ଗାପୂଜା କମିଟିର ସଦସ୍ୟ ତଥା ବରିଷ୍ଠ ବ୍ୟକ୍ତିଙ୍କୁ କୁ ସ୍ୱାଗତ କରାଯାଇଥିଲା ବୋଲି ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି ର ଗଣମାଧ୍ୟମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ