Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନିଷ୍ପତ୍ତି:୧୪ରେ ର୍ପି.ସି.ସି.ଏଫ୍ କାର୍ଯ୍ୟାଳୟ ଘେରାଉ

ରେଢ଼ାଖୋଲ, ବୌଦ୍ଧ ଓ ଆଠମଲ୍ଲିକ ଡିଭିଜନରୁ, ୨୦୦୦ ଶ୍ରମିକ କରିବେ ଯୋଗଦାନ

ସମ୍ବଲପୁର: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ଶ୍ରୀ ବିଜୟ ମହାନ୍ତି ଙ୍କ ଆହ୍ଵାନ କ୍ରମେ ରେଢ଼ାଖୋଲ ଡିଭିଜନ, ଆଠମଲ୍ଲିକ ଡିଭିଜନ ଓ ବୌଦ୍ଧ ଡିଭିଜନ ପକ୍ଷରୁ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା ଅକ୍ଟୋବର ୧୪ ତାରିଖରେ ପି.ସି.ସି.ଏଫ୍ ଙ୍କ କାର୍ଯ୍ୟାଳୟ ଅରଣ୍ୟ ଭବନ ଘେରାଉ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ସଂଘ ପକ୍ଷରୁ ତଥ୍ୟ ଦିଆଯାଇଛି ଯେ ଏହି ଘେରାଉ କାର୍ଯ୍ୟକ୍ରମରେ ସାରା ଓଡ଼ିଶାରୁ ପ୍ରାୟ ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ସାମିଲ ହେବେ ।

ରେଢ଼ାଖୋଲ, ବୌଦ୍ଧ ଏବଂ ଆଠମଲ୍ଲିକ ଡିଭିଜନରୁ ପ୍ରାୟ ୨୦୦୦ ଜଣ ତୋଳାଳୀ ଓ କର୍ମଚାରୀ ଧାରଣାରେ ଯୋଗଦେବା ପାଇଁ ଆଜି ନିଷ୍ପତ୍ତି ହେଇଛି । ସମସ୍ତ ତୋଳାଳୀ ଓ ବନ୍ଧେଇ କର୍ମଚାରୀଙ୍କ ସ୍ୱାର୍ଥରେ ଏହି ଆନ୍ଦୋଳନରେ ବିଭିନ୍ନ ଦାବୀ ଉପସ୍ଥାପିତ ହେବ ବୋଲି ସଚେତନ କରାଯାଇଛି ।

ସଂଘ ପକ୍ଷରୁ ଜଣାଯାଇଛି ଯେ ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀକୁ ସରକାର ଘୋଷିତ ସର୍ବନିମ୍ନ ମଜୁରୀ ଅନୁପାତରେ ବୃଦ୍ଧି କରାଇବା, କନ୍ୟା ବିବାହ ସହାୟତା ଯୋଜନା କାର୍ଯ୍ୟକାରୀ କରାଯିବା , ବନ୍ଧେଇ ଶ୍ରମିକମାନଙ୍କ ବଣ୍ଡଲ ପ୍ରତି ମଜୁରୀ ବୃଦ୍ଧି, ତଥା ତୋଳାଳୀ ଓ ବନ୍ଧେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷିତ ଟଙ୍କା ୪୬୦ ଓ ଟଙ୍କା ୭୦୦ ସହାୟତା ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।ଏହା ସହ କେ.ଏଲ୍. ଡିବି ରେ ସଂଶୋଧନ, ଜି.ଏସ୍. ଟି ବାବଦରେ ଅସୁଲ ଅର୍ଥ କୁ ଫେରସ୍ତ ଆଦି ଦାବୀ କୁ ତତ୍କ୍ଷଣାତ୍ ପୂରଣ କରାଇବା ପାଇଁ ଏହି ଘେରାଉ ରେ ଦାବୀ ରଖାଯିବ ।

ଆଜିର ବୈଠକରେ ସଂଘ ର ଉପସଭାପତି ଗୋକୁଳ ମେହେର, ଉପସଭାପତି ବିନୋଦ ପ୍ରଧାନ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସଞ୍ଜିତ ମହାନ୍ତି, ସମ୍ପାଦକ ମହମ୍ମଦ ମୁର୍ତ୍ତୁଜ଼ା, ରେଢ଼ାଖୋଲ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଦେବଜ୍ୟୋତି ପଟ୍ଟନାୟକ, ଚୁମନ ପ୍ରଧାନ,ନବ ମହାର, ହୃଷିକେଶ ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ଭିକାରି ଚନ୍ଦ୍ର ପ୍ରଧାନ, ଶଙ୍କର୍ଷଣ ଦେହୁରୀ, ପ୍ରମୋଦ ସାହୁ, ଅଖୋଜ ପ୍ରଧାନ, ଜିତେନ୍ଦ୍ର ଷଣ୍ଢ, ନରୋତ୍ତମ ବେହେରା, ଉମେଶ ଝାଙ୍କର, ଟିକେଇ ଝାଙ୍କର, ନରେନ୍ଦ୍ର କୁମାର ସାହୁ, ଆରୀୟନ୍ ବୋହିଦାର,ରମେଶ ପ୍ରଧାନ,ଜନ୍ମଜୟ ନାୟକ,ଶ୍ରୀବତ୍ସ ବେହେରା, ସୁନାଶିରା ମଲ୍ଲିକ, ରଂଜିତ ପ୍ରଧାନ ଆଦି ପଦାଧିକାରୀ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଆନ୍ଦୋଳନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ ଦେବା ପ୍ରତିଜ୍ଞା କରିଛନ୍ତି ।
ପୂର୍ବରୁ ଅବସର ନେଇଥିବା କିଶୋର ପ୍ରଧାନ ଙ୍କୁ ସଂଘ ତରଫ ରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ