Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରପାରିରେ ବରିଷ୍ଠ ନାଟ୍ୟଶିଳ୍ପୀ ଉମେଶ ପ୍ରସାଦ ରଥ, ଚାରିଆଡେ ଶୋକ

ସମ୍ବଲପୁର:ସମ୍ବଲପୁର ର ଜଣାଶୁଣା ନାଟ୍ୟକଳା ବିଶାରଦ ନାଟ୍ୟବିତ ଉମେଶ ପ୍ରସାଦ ରଥ ଙ୍କର ଶନିବାର ୮୭ ବର୍ଷ ବୟସରେ ନିଜ ଗୋବିନ୍ଦତୋଳା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି l ସେ ମାସାଧିକ କାଳ ଶଯ୍ୟାଶାୟୀ ଥିଲେ।

ସୋନପୁର ସହରରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ରଥ ବନ୍ଦୋବସ୍ତ ବିଭାଗ ରେ ଚାକିରୀ ପାଇଲା ପରେ ସମ୍ବଲପୁର ର ସ୍ଥାୟୀ ବାସିନ୍ଧା ହୋଇଯାଇଥିଲେ l
ସେ ଥିଲେ ଆକାଶବାଣୀ ସମ୍ବଲପୁର ର ୧୯୭୧ ମସିହାର ପ୍ରଥମ ପର୍ଯାୟ ର ନାଟ୍ୟଶିଳ୍ପୀ l ଶତାଧିକ ବେତାର ନାଟକରେ ଅଂଶଗ୍ରହଣ କରି ଜନମାନସରେ ଏକ ସୁପରିଚିତ କଳାକାର ଭାବେ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ।ତାଙ୍କର ଅଭିନୀତ ଓ ନିର୍ଦେଶିତ ଫଟା ମାନ୍ଦଲ, ମନ ଦର୍ପନ, ମୁଇଁ ନାଇଁ ମରେଁ, ମୋନାଲିସାର ହସ, ପ୍ରତିଶୋଧ, ମୁଁ ଆମ୍ଭେ ଓ ଆମ୍ଭେମାନେ, ଶୂନ୍ୟ ଆକାଶ, ଅମର ଆଖି, କଳଙ୍କିତ ସୂର୍ଯ୍ୟ, ଭରଷା, ଝଡ଼ ଓ ହାରି ଯାଇଥିବା କେତୋଟି ଯାତ୍ରୀ, ତୁଳସୀ ଦାସ, ପଳାତକ,ଚିହ୍ନା ପରି ଶତାଧିକ ନାଟକ ଅତି ଲୋକ ପ୍ରିୟ ହୋଇପାରିଥିଲା l ସମ୍ବଲପୁର ରେ ସେ ଅନେକ ନାଟୁଆ ସୃଷ୍ଟି କରିଛନ୍ତି l ଯେଉଁ ମାନେ ଆଜିର ଦିନରେ ନାଟକ ଆନ୍ଦୋଳନ କୁ ଆଗେଇ ନେଉଛନ୍ତି l
ସ୍ବର୍ଗତ ରଥ ଙ୍କୁ ତାଙ୍କର ନାଟକ କ୍ଷେତ୍ରରେ ଜୀବନ ତମାମ ଅବଦାନ ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ଲୋକ ମହୋତ୍ସବ ନାଟ୍ୟ ସମ୍ମାନ, ନାଟନାଟୁଆ ପକ୍ଷରୁ ” ନାଟ୍ୟ ଭବଭୁତି” ପରି ଅନେକ ସମ୍ମାନ ସେ ଥିଲେ ଅଧିକାରୀ।ଶନିବାର ସନ୍ଧ୍ୟା ରେ ତାଙ୍କର ସମ୍ବଲପୁର ରାଜଘାଟ ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି l ତାଙ୍କର ପୁତ୍ର ଦେବଦତ୍ତ ରଥ ମୁଖାଗ୍ନି ଦେଇଥିଲେ l ଆଜି ସ୍ୱର୍ଗ ଦ୍ୱାରରେ ନାଟନାଟୁଆ ପକ୍ଷରୁ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ପ୍ରଶାନ୍ତ ମାଝୀ ଓ ବିଭୁତି ବିଶ୍ୱାଳ ପ୍ରମୁଖ ନାଟ୍ୟଗୁରୁ ସ୍ବର୍ଗତ ଉମେଶ ପ୍ରସାଦ ରଥ ଶେଷ ସମ୍ମାନ ଜଣାଇଥିଲେ।
ବରିଷ୍ଠ ସଂସ୍କୃତି ଗବେଷକ ତଥା ନାଟ୍ୟ ଶିଳ୍ପୀ ଡ଼ଃ ଦ୍ୱାରିକା ନାଥ ନାୟକ, ଡ଼ଃ. ଶ୍ୟାମସୁନ୍ଦର ଧର,ବରିଷ୍ଠ କଳାକାର ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ସମନ୍ୱୟ ସମିତି,ନାଟ ନାଟୁଆ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ ପାଇଛି। ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଓ ଯୁଗ୍ମ ସଂଯୋଜକ ଅତିଶ ସତପଥୀ, ବିରୁପାକ୍ଷ ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରକାଶ କରିଛନ୍ତି ଯେ, ସ୍ବର୍ଗତ ଉମେଶ ପ୍ରସାଦ ଥିଲେ ଜଣେ ସମ୍ବଲପୁର ର ଆଗଧାଡିର ନାଟୁଆ l ବନ୍ଦୋବସ୍ତ ବିଭାଗ ରେ ଚାକିରୀ କରୁଥିଲେ ସତ, କିନ୍ତୁ ନାଟକ ଥିଲା ତାଙ୍କର ନିଶା ଓ ଜୀବନ l ସମ୍ବଲପୁର ରେ ଅନେକ ନାଟୁଆ ଙ୍କୁ ଗଢ଼ିବାରେ ତାଙ୍କର ପ୍ରଚ୍ଛଦ ହାତ ଥିଲା l ଶତାଧିକ ସମ୍ବଲପୁରୀ ଓ ଓଡ଼ିଆ ନାଟକ ସହ ଅଭିନେତା ଓ ନିର୍ଦେଶକ ଭାବରେ ସେ ଜଡିତ ଥିଲେ l ବେତାର ନାଟକ ରେ ମଧ୍ୟ ସେ ତାଙ୍କର ଛାପ ଛାଡିଯାଇଛନ୍ତି l
ସ୍ୱର୍ଗତ ରଥ ଙ୍କର ସୃଷ୍ଟି ସର୍ଜନା ହିଁ ତାଙ୍କୁ ଅମର କରି ରଖିବ ବୋଲି ନାଟନାଟୁଆ ପକ୍ଷରୁ କୁହାଯାଇଛି ଅନ୍ୟ ପକ୍ଷରେ ପଡିଆବାହଳର ଅଶ୍ୱିନୀ ମିଶ୍ର, ହରିହର ନାୟକ, ଡାକ୍ତର ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ