Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଧ୍ବଜା ରୋହଣ ଏବଂ ରାମଚଣ୍ଡୀ ଦିବସ ପାଳିତ

ସମ୍ବଲପୁର:ସମ୍ବଲପୁର ଦାନିପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ସୋମବାର ଆଶ୍ୱୀନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ସ୍ବତନ୍ତ୍ର ପୂଜା ସହ ରାମଚଣ୍ଡୀ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ସରସରାରେ ୧୩ ଶହ ଶତାବ୍ଦୀର ଶେଷ ଭାଗରେ ଆଶ୍ୱୀନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ସ୍ଥାପନା ସହ ଡାହାଣ ଶଙ୍ଖ ତ୍ରୀଶୁଳ ସ୍ଥାପନା କରାଯାଇ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ପୂଜକ ଦେବୀ ପ୍ରସାଦ ଭୋଇ। ତେଣୁ ଏହି ଦିବସକୁ ମନେ ପକାଇ ପ୍ରତିବର୍ଷ ଏହି ତିଥିରେ ରାମଚଣ୍ଡୀ ଦିବସ ଭାବେ ପାଳିତ ହୋଇଆସୁଛି। ସକାଳୁ ମା’ଙ୍କ ସ୍ବତନ୍ତ୍ର ବେଶ କରାଯିବା ସହ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ବହୁ ସଂଖ୍ୟାରେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ। ସନ୍ଧ୍ୟାରେ ମୁଖ୍ୟ ମନ୍ଦିର ଏବଂ ଅନ୍ୟ ମନ୍ଦିର ମାନଙ୍କରେ ଧ୍ୱଜାରୋହଣ କରା ଯାଇଥିଲା। ଶଙ୍ଖଘଣ୍ଟ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ମୁଖରିତ ହୋଇ ଉଠିଥିଲା। ପୂଜକ ଦେବୀପ୍ରସାଦ ଭୋଇଙ୍କ ଦ୍ୱାରା ଝଣ୍ଡା ପୂଜା କରାଯିବା ପରେ ଦେବବ୍ରତ ବାରିକଙ୍କ ଦ୍ୱାରା ମନ୍ଦିର ଶିଖରରେ ଝଣ୍ଡା ଲଗାଯାଇଥିଲା। କାର୍ଯ୍ୟକ୍ରମରେ କୁଲତା ସମାଜର ଉପସଭାପତି ଦେବତ୍ତମ ପ୍ରଧାନ, ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର, ପ୍ରଦୀପ କୁମାର ସାହୁ, ଆନନ୍ଦ କୁମାର ପ୍ରଧାନ, ଦେବଦତ୍ତ ସାହୁ, ଅକ୍ଷୟ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ସୁଦାମ ଭୋଇ, ଲିଙ୍ଗରାଜ ପ୍ରଧାନ, ଟଙ୍କଧର ବାରିକ, ସୁରେଶ ବେହେରା, ମଧୁସୂଦନ ଭୋଇ, ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ