ରାଜ୍ୟ ସ୍ତରୀୟ ଅସିଚାଳନା ଜୁନିଅର ଇଭେଣ୍ଟରେ ସମ୍ୱଲପୁର ଜିଲ୍ଲା କୁ ମିଳିଲା ଦୁଇ ପଦକ

ସମ୍ବଲପୁର:ଓଡ଼ିଶା ରାଜ୍ୟ ଫେନ୍ସିଂ ସଂଘ ତରଫରୁ ତିନି ଦିନ ଧରି ରାଜ୍ୟ ସ୍ତରୀୟ ଅସିଚାଳନା ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏହି ପ୍ରତିଯୋଗିତା ଜୱାହରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ କଟକ ଠାରେ ଅନୁଷ୍ଠିତ ହୋଇଥିଲା l
ସମ୍ୱଲପୁର ଜିଲ୍ଲା ରୁ ଭାଗ ନେଇଥିବା ଡଲିରାଣୀ ମାଝୀ ସ୍ଵର୍ଣ୍ଣ ପଦକ ଆଣିଥିଲେ l ଡଲିରାଣୀ ମାଝୀ ବର୍ତ୍ତମାନ ସରକାରୀ (ଏସ ଏସ ଡି)ବାଳିକା ଉଚ୍ଚ ବିଦ୍ୟାଳୟ ଅର୍ଡାବାହାଲ ଠାରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ଆଉ ଜଣେ ଖେଳାଳି ହେଲେ ସୁଲଗ୍ନା ଶେଉଳ ମଧ୍ୟ ରୋପ୍ୟ ପଦକ ଆଣିଛନ୍ତି l ସୁଲଗ୍ନା ଶେଉଳ କୁଚିଣ୍ଡା ମହାବିଦ୍ୟାୟ ଠାରେ ଯୁକ୍ତ ଦୁଇ ବର୍ଷ କାଳ ର ଛାତ୍ରୀ l
ଏହି ଖବର ଜାଣି ପଦକ ବିଜେତାକୁ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ସତ୍ୟନାରାୟଣ ତାଣ୍ଡି , ଇନ୍ସପେକ୍ଟର ଅଫ ଫିଜିକାଲ ଏଡୁକେସନ ସୁଜାତା ପଟ୍ଟନାୟକ ଏବଂ କୋଚ ରଶ୍ମିତା ପୁରୋହିତ ଅଭିନନ୍ଦନ ଜଣାଇଥିଲେ l ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ରେ ଖୁସିର ଲହରୀ ଖେଳି ଯାଇଛି।