Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୋପବନ୍ଧୁ ଜୟନ୍ତୀ

ସମ୍ବଲପୁର: ଗୁରୁବାର ଦିନ ଧନୁପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଛି।ଏହା ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଥିଲା।ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ମାନନୀୟ ଅଭିମନ୍ୟୁ ସାହୁ ଓ ଦ୍ଵିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ସଭାପତି ଦେବେନ୍ଦ୍ର ପଣ୍ଡା ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ବିଭୁପ୍ରସାଦ ମହାପାତ୍ର ଓ ସହପ୍ରଧାନ ଆଚାର୍ଯ୍ୟ ଅମୃତ ପଟେଲ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ସଞ୍ଜୟ କୁମାର ବାଗ ଓ ସିଦ୍ଧେଶ୍ୱରି ପଣ୍ଡା ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ମାନନୀୟ ଅଭିମନ୍ୟୁ ସାହୁ ଓ ସଭାପତି ମାନନୀୟ ଦେବେନ୍ଦ୍ର ପଣ୍ଡା ଶିଶୁମାନଙ୍କୁ ଗୋପବନ୍ଧୁ ଜୟନ୍ତୀ ତଥା ସେବା ଦିବସ ଉପରେ ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ।ଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ସରୋଜ ମିଶ୍ର ଓ ଶ୍ରୀମତୀ ର।ଧାପ୍ୟାରି ନନ୍ଦ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories