Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ:ସାମାଜିକ ସୁରକ୍ଷା ପାଇଁ ବୟସ ବାଧକ ନହେଉ- ଅଶୋକ କୁମାର ଭୋଇ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପୁନର୍ବାସ ଓ ଥଇଥାନ କେନ୍ଦ୍ର, ବାଲିବନ୍ଧ, ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୫ ପାଳନ ହୋଇଯାଇଛି Iଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌରଚନ୍ଦ୍ର ପାଣି, ଅରବିନ୍ଦମହାପାତ୍ର , ବିଭୁତି ପଟ୍ଟନାୟକ-ସମ୍ବଲପୁରୀ ଗାୟକ, ଦିଲ୍ଲୀପ ବାଗ- ଗାୟକ ତଥା ଲେଖକ, ଡ. ଦେବେନ ପଟ୍ଟନାୟକ-ଅବସରପ୍ରାପ୍ତ ପାଠକ, ଧୀରେନ୍ଦ୍ର କୁମାର ମହାନ୍ତି- ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ନିଜର ବକ୍ତବ୍ୟ ରେ, ଆମ ସମାଜରେ ବରିଷ୍ଠ ନାଗରିକମାନଙ୍କର ଅମୂଲ୍ୟ ଭୂମିକାକୁ ଚିହ୍ନିବା ପାଇଁ ଆମର ପ୍ରୟାସରେ ଆଜି ର ଦିନଟି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ରୂପେ ପାଳନ କରିଥାଉ ବୋଲି ପ୍ରକାଶ କରିଥିଲେ। ପରିବର୍ତ୍ତନଶୀଳ ସମାଜ ରେ ଖାପ ଖୁଆଇ ଚାଲିବା ସହିତ ବୟୋଜ୍ୟଷ୍ଠ ବ୍ୟକ୍ତି ଙ୍କୁ କିପରି ପ୍ରତିବନ୍ଧିତ ଅନୁଭବ ନହୁଏ ସେ ପ୍ରତି ଧ୍ୟାନ ଦେବାକୁ କହିଥିଲେ। ବୟସ ବଢ଼ିବା ସହିତ ଶରୀରରେ ବିଭିନ୍ନ ରୋଗ ଓ ଅସୁବିଧା ସ୍ୱାଭାବିକ ଭାବେ ଆସେ ସେଥିପାଇଁ ସମସ୍ତ ଚିକିତ୍ସା ସହାୟତା ସହିତ ସମୟୋପଯୁକ୍ତ ଜାଗରୁକତା ଆମେ ଯୋଗାଇ ଦେବୁ। ବୟୋବୃଦ୍ଧ ଅବସ୍ଥା କେବଳ ଶାରୀରିକ ନୁହେଁ, ମନୋବୃତ୍ତିକ ଓ ସାମାଜିକ ସହାୟତା ମଧ୍ୟ ଅତ୍ୟନ୍ତ ଜରୁରୀ, ସେଥିପାଇଁ ସରକାର ଙ୍କ ପକ୍ଷରୁ ବରିଷ୍ଠ ନାଗରିକ ଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଛି ବୋଲି ସୂଚନା ଦେଇଥିଲେ । ବରିଷ୍ଠ ନାଗରିକମାନେ ଉତ୍ତରପିଢି ପାଇଁ ଦିଗଦର୍ଶକ ଓ ପଥପ୍ରଦର୍ଶକ ଏବଂ ସେମାନେ ସମାଜ ପାଇଁ ସମ୍ପଦ ବୋଲି ମତପ୍ରକାଶ କରି ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ।

କାର୍ଯ୍ୟକର୍ମ ରେ ଜିଲ୍ଲା ର ବିଭିନ୍ନ ପୁନର୍ବାସ ଓ ଥଇଥାନ କେନ୍ଦ୍ର ରୁ ପ୍ରାୟ ୩୦୦ ଜଣ ବରିଷ୍ଠ ନାଗରିକ ମାନେ ଯୋଗଦାନ ଦେଇଥିଲେ। ଉକ୍ତ କାର୍ଯ୍ୟକର୍ମ ରେ ବରିଷ୍ଠ ନାଗରିକଙ୍କୁ ୩ ଟି ଶ୍ରବଣ ଯନ୍ତ୍ର,ଆଶା ବାଡି,ନି କେପ ଆଦି ପ୍ରଦାନ କରାଯିବା ସହିତ ଆଜି ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯାଇ ଆଖି,କାନ, ନାକ ଅସ୍ଥି, ରକ୍ତ ପରୀକ୍ଷା ଆଦି କରାଯାଇଥିଲା।ଏହି ଅବସରରେ ଶେଷରେ ର ବିଭୁତି ପଟନାୟକ ଙ୍କ ସମ୍ବଲପୁରୀ ସାଙ୍କୃତିକ ଦଳ ଏବଂ ଭୁବନେଶ୍ବର ରୁ ଆସିଥିବା ଇକୋ ଏବିଲିଟି ଟ୍ରଷ୍ଟ ର କଳାକାର ମାନଙ୍କ ଦ୍ବାରା ସାମାଜିକ ବାର୍ତ୍ତାବହ ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories