ଜାତୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲପାଳ

ସମ୍ବଲପୁର:ସମ୍ବଲପୁର କିକ ବକ୍ସିଂ ଏସୋସିଏସନ ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀମାନେ ଶୁକ୍ରବାର ଜିଲାପାଳଙ୍କୁ ଭେଟିଛନ୍ତି । ହିମାଚଲ ପ୍ରଦେଶର ସାଲୋନରେ ହୋଇଥିବା ଜୁନିୟର ପ୍ରତିଯୋଗିତାରେ ୨ଟି କାଂସ୍ୟ ପଦକ ଜିତିଥିବା ଶିବାଂଶୀ ତ୍ରିପାଠୀ ଏବଂ ତାମିଲନାଡୁର ଚେନ୍ନାଇରେ ଜୁନିୟର ପ୍ରତିଯୋଗିତାରେ ୨ଟି ରୋପ୍ୟ ପଦକ ଜିତିଥିବା ସମିର୍ର୍ଲ ସାହୁଙ୍କ ସହ ଜାତୀୟ ପ୍ରତିଯୋଗିତାରେ ରେଫରୀ ଦାୟିତ୍ୱ ତୁଲାଇଥିବା କୋଚ ସୁବ୍ରତ ପ୍ରଧାନ ଜିଲାପାଳଙ୍କୁ ଭେଟି ସମ୍ବଲପୁରରେ କିକ୍ ବକ୍ସିଂର ପ୍ରଚାର ପ୍ରସାର ନିମନ୍ତେ ଆଳୋଚନା କରିଥିଲେ । ରାଜ୍ୟ ଆମେଚର କିକ ବକ୍ସିଂ ଏସୋସିଏସନ ଅଫ ଓଡିଶା ର ସଭାପତି କାର୍ତ୍ତିିକ ଡାକୁଆ ଏବଂ ଜିଲା କିକ୍ ବକ୍ସିଂ ଏସୋସିଏସନର ସଭାପତି ଉତ୍ପଲ ଦାସ ମଧ୍ୟ କୃତି ପ୍ରତିଯୋଗୀ ମାନଙ୍କୁ ଅଭିନ୍ଦନ ଜଣାଇଛନ୍ତି । ତେବେ ସମ୍ବଲପୁର ଜିଲାରେ କିକ୍ ବକ୍ସିଂର ପ୍ରଚାର ପ୍ରସାର ପାଇଁ ଭିତ୍ତିଭୂମୀର ବିକାଶ ଜରୁରୀ ବୋଳି ଜିଲାପାଳଙ୍କୁ ଅବଗତ କରାଯାଇଥିଲା । ଜିଲାପାଳ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।