ସୁସ୍ଥ ପଞ୍ଚାୟତ ସମ୍ପର୍କୀୟ ୩ ଦିନିଆ ତାଲିମ ଶିବିର ଉଦଯାପିତ

ସମ୍ବଲପୁର:ରକ୍ତହୀନତା, ଅପପୁଷ୍ଟି, ଯକ୍ଷ୍ମା ଓ ସ୍ଵଚ୍ଚତା ଭଳି ସମସ୍ୟା ପ୍ରଗତୀର ବାଧକ। ତେଣୁ ଏହାର ନିର୍ମୁଳ ପାଇଁ ବ୍ଲକ ସ୍ତରୀୟ ଏକ ୩ ଦିନିଆ ତାଲିମ ଶିବିର ଜୁଯୋମୁରା ବ୍ଲକ ସଭାକକ୍ଷରେ ଅନୁଷ୍ଠିତ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି।
ରକ୍ତହୀନତା, ଅପପୁଷ୍ଟି ଓ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗଠନ ଓ ଏହି ସବୁ ଜାତୀୟ ଯୋଜନାରେ ବିଭିନ୍ନ ଶ୍ରେଣୀ ଓ ଗୋଷ୍ଟିଙ୍କୁ ସମ୍ପୃକ୍ତି କରାଇ ଏକ ସୁସ୍ଥ ପଞ୍ଚାୟତ ପାଇଁ ଏହି ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ସହିତ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସମ୍ମନ୍ୱୟ ମାଧ୍ୟ୍ୟମରେ ଏହାର ନିରାକାରଣ ପାଇଁ ବ୍ଲକର ସମସ୍ତ ସରପଞ୍ଚ, ବଛା ବଛା ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡି କର୍ମୀ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଏବିଡ଼ିଓ ପ୍ରଜ୍ଞା ପାଣିଗ୍ରାହୀ ଓ ସିପି ଜଗତ ମୋହନ ପାଣିଗ୍ରାହୀ ପ୍ରତ୍ୟକ୍ଷ ଭାବେ ସଂଯୋଜନା କରିଥିବା ବେଳେ ମୁଖ୍ୟ ତାଲିମଦାତା ଭାବେ ଡା. ରାଜାରାମ ଷଡ଼ଙ୍ଗୀ ଓ ଡା. ବିଶ୍ୱଜିତ ପଣ୍ଡା ତାଲିମ ପ୍ରଦାନ କରିଥିଲେ। ସମ୍ମନ୍ୱୟ ଓ ସହଭାଗିତା ହିଁ ସମସ୍ୟାର ନିରାକରଣ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏକ ସୁସ୍ଥ ପଞ୍ଚାୟତ ଗଠନ ପାଇଁ ରକ୍ତହୀନତା, ଅପପୁଷ୍ଟି ଓ ଯକ୍ଷ୍ମା ରୋଗର କାରଣ, ଲକ୍ଷଣ ଓ ନିରାକରଣ ସହିତ ଜାତୀୟ ଯୋଜନାର ପ୍ରୟୋଗ ଉପରେ ତାଲିମରେ ଗୁରୁତ୍ୱ ଦିଆଯାଇଥିଲା।ସମ୍ମନ୍ୱୟ ମାଧ୍ୟମରେ ପରସ୍ପର ବିଭାଗୀୟ କାର୍ଯ୍ୟଶୈଳୀ ଓ ଦକ୍ଷତା ହିଁ ପରିଚୟ ତୋଳି ସଫଳତାର ବାଟ ଦେଖାଇଥାଏ ବୋଲି ଅଂଶଗ୍ରହଣକାରୀ ମାନେ ଶେଷରେ ନିଜର ମତ ରଖି ରକ୍ତହୀନତା ଅପପୁଷ୍ଟି ଓ ଯକ୍ଷ୍ମା ଭଳି ମାରାତ୍ମକ ଦିଗ ପ୍ରତି ଯତ୍ନଶୀଳ ହୋଇ ସୁସ୍ଥ ପଞ୍ଚାୟତ ଗଠନରେ ନିଜର ଭାଗିଦାରୀତାକୁ ଉପଲବ୍ଧି କରିଥିବା କହିଥିଲେ।ଶେଷରେ ଏବିଡ଼ିଓ ଶ୍ରୀମତୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ତାଲିମ ଉଦଯାପିତ ଘୋଷଣା କରିଥିଲେ।