ଅତ୍ୟାଧୁନିକ ସମନ୍ୱିତ ଆକ୍ୱାପାର୍କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ:ଗ୍ରାମୀଣ ଅର୍ଥନୀତିର ସଶକ୍ତିକରଣରେ ମୂଲ୍ୟବାନ ଭୂମିକାନେବ-ମନ୍ତ୍ରୀ ରବିନାରାୟଣ

ସମ୍ବଲପୁର:ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ୪୨,୦୦୦ କୋଟି ଟଙ୍କାର ବିଭିନ୍ନ କୃଷି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହିତ। “ପିଏମ୍ ଧନ-ଧାନ୍ୟ କୃଷି ଯୋଜନା” ଏବଂ “ଦଳହନ ଆତ୍ମନିର୍ଭରତା ମିଶନ” ର ଶୁଭାରମ୍ଭ କରିଛନ୍ତି।ଏହି ଯୋଜନାମାନ ଚାଷୀଙ୍କ ଆୟ ବୃଦ୍ଧି, କୃଷି ଉତ୍ପାଦନ ବିବିଧୀକରଣ, ଓ ଗ୍ରାମୀଣ ଅର୍ଥନୀତିର ସଶକ୍ତିକରଣରେ ମୂଲ୍ୟବାନ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ସମ୍ବଲପୁର ଜିଲ୍ଲାରେ ଆଜି ଓୟୁଏଟି, ଚିପିଲିମା, ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ଯୋଗ ବିଭାଗ ଆନୁକୂଲ୍ୟରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ରବିନାରାୟଣ ନାୟକ, ମାନ୍ୟବର ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ,ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ-ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରତିନିଧି ନାଉରି ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ , ସମ୍ବଲପୁର, , ପ୍ରମୁଖ ଙ୍କ ଗରିମାମୟ ଉପସ୍ଥିତି ରେ ଅତ୍ୟାଧୁନିକ ସମନ୍ୱିତ ଆକ୍ୱାପାର୍କ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାୟକ ଏହି ଉତ୍ସବ ରେ ଯୋଗ ଦେଇ ଏହି ଅତ୍ୟାଧୁନିକ ଆକ୍ୱାପାର୍କ ପ୍ରକଳ୍ପ ଚାଷୀ ମାନଙ୍କ ପାଇଁ ସହଜ ସୁବିଧା ଯୋଗାଇଦେବାରେ ମୁଖ୍ୟାଭୂମିକା ଗ୍ରହଣ କରିବା, ଯାହା ତାଙ୍କୁ ଆହୁରି ଉନ୍ନତ କରିପାରିବେ ବୋଲି ସେ କହିଥିଲେ।ଆମର ଏ ହୀରାକୁଦ ଅଞ୍ଚଳ ରେ ଆୟ ବୃଦ୍ଧି କରିବାପାଇଁ ଅନେକ ସମ୍ଭାବନା ଅଛି। ସେଥିପାଇଁ ଚାଷୀ ଧନଧାନ୍ୟ ଯୋଜନା ରେ ସରକାର ଚାଷୀ ମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।ଆଗାମୀ ଦିନରେ ଆମେ ହୀରାକୁଦ ର ରେସର୍ଭଏର ଭିତରେ ମାଛ ଚାଷ ଉତ୍ପାଦନ ବଢ଼ାଇବା ପାଇଁ ପଞ୍ଜୁରି ଚାଷ କରାଯାଉଛି, କେବଳ ଉତ୍ପାଦନ ନୁହେଁ , ବରଂ ସେ ଉତ୍ପାଦିତ ମାଛ କୁ କିପରି ବଜାର ରେ ବିକ୍ରି କରିପାରିବା କ୍ଷେତ୍ର ରେ ମଧ୍ୟ ଆମେ ଆତ୍ମ ନିର୍ଭର ହୋଇପାରିବୁ ସେ ପାଇଁ ଚେଷ୍ଟା କରିବାକୁ ରାଜ୍ୟ ସରକାର ଙ୍କୁ ନିବେଦନ କରାଯାଇଛି।ଆଜିର ଏ ସୁଯୋଗ ହୀରାକୁଦ ସଙ୍ଗେ ସଙ୍ଗେ ଆକ୍ୱାପାର୍କ ରେ ମତ୍ସ୍ୟ ଚାଷ କ୍ଷେତ୍ର ରେ ରିସର୍ଚ୍ଚ କରିପାରିବା, ଅନେକ ସୁବିଧା ଯୋଗାଇ ଦେବ।ଆମେ ଯେତିକି ଉତ୍ପାଦନ କରୁଥିଲୁ ଏବେ ଆମେ ଦୁଇଗୁଣ ଉତ୍ପାଦନ କରିପାରିବା ଯାହା ଆମ ଆୟ ବୃଦ୍ଧି କରିବ, ଆତ୍ମ ନିର୍ଭର ହେବାରେ ସାହାଯ୍ୟ କରିବ ।ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ କରକମଳ ରେ ଚାଷି ଧନଧାନ୍ୟ ଯୋଜନା ରେ ଶୁଭ ଉଦ୍ଘାଟନ ହେଉଛି ବୋଲି ସୂଚନା ଦେଇଥିଲେ।ଏହି ଯୋଜନା କୁ ଆଧାର କରି ଆଗକୁ ବଢିବା କୁ ଚେଷ୍ଟା କରିବା ଯେମିତି ଆଗାମୀ ଦିନରେ ଚାଷ କ୍ଷେତ୍ର ରେ ଓଡ଼ିଶା ପ୍ରଦେଶ ରେ ଏକ ନମ୍ବର ରେ ରହିବା ପାଇଁ ପ୍ରୋତ୍ସାହିତ କରିଥିଲେ।
ସୂଚନା ଅନୁଯାୟୀ ଏହି ସମନ୍ୱୟ ଆକ୍ୱାପାର୍କ ମାଛ ଚାଷରେ ଆଧୁନିକତା ଆଣିବା ରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, ଯାହା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମୃଦ୍ଧି ଯୋଜନା (ପିଏମଏମଏସୟାଇ) ଅଧୀନରେ କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପଟି ସମ୍ବଲପୁର ଜିଲ୍ଲାର ବସନ୍ତପୁର ଗାଁରେ ଅବସ୍ଥିତ ୯୫.୪୭୦ ଏକର ଭୂମି ଉପରେ ନିର୍ମିତ ହେବ।
ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ଏହି ପ୍ରକଳ୍ପର ମୋଟ ବ୍ୟୟ ୧୦୦ କୋଟି ଟଙ୍କା ରହିଛି ।
ଏହି ପାର୍କ ର ଅନେକ ବିଭାଗ ରହିଛି ଯାହା ମାଛ ଚାଷ ଓ ଜଳଜ ପ୍ରଜାତି ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ପରିସର ସୃଷ୍ଟି କରିବ।ଏଥିରେ ଫିଶ ପାର୍କ,ଇନ୍ଫ୍ରାସ୍ଟ୍ରକ୍ଚର ପାର୍କ, ଫିଶ ପ୍ରୋସେସ୍ସିଂ ପାର୍କ, ପେକିଙ୍ଗ ଓ ନେଟ୍ ଆକ୍ସେସୋରିଜ୍ ପାର୍କ,ନଲେଜ୍ ପାର୍କ ଓ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି।
ଉକ୍ତ କାର୍ଯ୍ୟକ୍ରମରେ ମତ୍ସ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୁବ୍ରତ ଦାସ ମଞ୍ଚାସିନ ଥିବାବେଳେ ଅତିରିକ୍ତ ସଚିବ ମତ୍ସ୍ୟଚାଷ ବିଭାଗ ପୂର୍ଣ୍ଣଚନ୍ଦ୍ର ଦଲେଇ ଧନ୍ୟବାଦ୍ ପ୍ରଦାନ କରିଥିଲେ।