ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ

ସମ୍ବଲପୁର:ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ତପସ୍ୱୀନି ହଲ ଠାରେ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ବ୍ଲକ୍ ରି କିଶୋରୀ ବାଳିକା ମାନେ ଅଂଶ ଗ୍ରହଣ କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତ। ସାହୁ ପ୍ରଥମେ ସ୍ବାଗତ ଜଣାଇଥିଲେ ଓ ଉଦ୍ଘାଟନୀ ଭାଷଣ ପ୍ରଦାନ କରିଥିଲେ।ଶ୍ରୀମତୀ ସରିତା ଦାସ ପ୍ରୋଗ୍ରାମ ଅଫିସର କମ ପ୍ରୋଟେକ୍ନନ ଅଫିସର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବାଳିକା ମାନଙ୍କୁ ସମାଜ ରେ ସଶକ୍ତି କରଣ କରିବା ବୋଲି କହିଥିଲେ।ସୁଶ୍ରୀ ଦୀପ୍ତି ଦାସ ଜଣେ ସମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବାଳିକା ମାନେ କିପରି ଭାବରେ ନିଜର ଭବିଷ୍ୟତ ଉତ୍ତମ ଭାବରେ ଗଠନ କରି ପାରିବେ ମତ।ମତ ରଖିଥିଲେ ସେ ରାଜ୍ୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରି ଥିବାର ସଂଘର୍ଷ ର କାହାଣୀ ସମସ୍ତଙ୍କର ଠାରେ ରଖି ଥିଲେ।ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୁଷ୍ପ। ମହାପାତ୍ର ବାଳିକା ମାନେ ନିଜକୁ ସମାଜ ପ୍ରତିଷ୍ଠିତ କରିବା ପାଇଁ ଆହ୍ବାନ ଜଣେଇ ଥିଲେ।ଶ୍ରୀମତୀ ବାଣୀ ମହାପାତ୍ର କିଶୋରୀ ବାଳିକା ମାନେ କିପରି ଭାବରେ ସମାଜ ରେ ନିଜକୁ ସୁରକ୍ଷିତ ରଖି ପାରିବେ ମତାମତ ରଖିଥିଲେ।ଏହି କ।ର୍ୟ କର୍ମ ରେ କିଶୋରୀ ବାଳିକା ମାନକର ମଧ୍ୟ ରେ କୁଇଜ୍ ପ୍ରତିଯୋଗିତା,ନାଚ ପ୍ରତିଯୋଗିତା ଓ ଚିତ୍ର।ଙ୍କ ନ ପ୍ରତିଯୋଗିତା ର ଆୟୋଜନ କର। ହୋଇଥିଲା।
ନ।ଚ ରେ ୩ ଜଣ ପ୍ରତିଯୋଗୀ,ଚିତ୍ରଙ୍କନ ରେ ୩ ଜଣ ପ୍ରତିଯୋଗୀ ଓ କୁଇଜ୍ ରେ ୧୧ ଜଣ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଶ୍ରୀମତୀ ସୁନୀତା ତ୍ରିପାଠୀ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ସିଡିପିଓ,ସୁପର୍ଭାଏଜର ,ଅଙ୍ଗନୱାଡ଼ି କର୍ମୀ,ପ।ର। ଲିଗାଲ କର୍ମୀ,ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତା ମାନେ ଉପସ୍ଥିତ ରହି କିଶୋରୀ ବାଳିକା ମାନଙ୍କୁ ଉତ୍ସ।ହିତ କରିଥିଲେ।ଜିଲ୍ଲା ହବ ର କର୍ମକର୍ତା ମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।ଶ୍ରୀମତୀ ସୁଭାଷିନୀ ପଟେଲ ପ୍ରୋଗ୍ରାମ ଅଫିସର ସମ୍ବଲପୁର ସଦର କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।