Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳିଲା ଧମକ, ଛାଡିଲେ ପଦ:କହିଲେ ଚାପରେ ନୁହେଁ ଚକ ରେ ଚଳିବ ପେଟ

ସମ୍ବଲପୁର :ଆତ୍ମ ସ୍ୱାଭିମାନ ହିଁ ଆଦର୍ଶ ଓ ମଣିଷ ପଣିଆ। ଏଭଳି ଏକ ଦୃଷ୍ଟାନ୍ତ ଆସିଛି ବରଗଡ଼ ଜିଲ୍ଲାରୁ। ବରଗଡ଼ ବ୍ଲକ ବରାହଗୋଡା ପଞ୍ଚାୟତରେ ଅଟୋ ଚାଳକରୁ ସରପଞ୍ଚ ହୋଇଥିବା ଶରତ କୁମ୍ଭାର କିଛି ଦୁର୍ବୃତ୍ତଙ୍କ ଧମକ ପରେ ଭୟଭୀତ ହୋଇ ସରପଞ୍ଚ ପଦ ଛାଡିବା ଏବଂ ଅଟୋ ଚଲାଇବାକୁ ମନସ୍ଥ କରିବା ମନ କଥା ସାମ୍ନାକୁ ଆସିଛି।

ନିଜ ଭାରପ୍ରାପ୍ତ ସରପଞ୍ଚ ପଦ ପ୍ରତି ଆଉ ଲୋଭ ନରଖି ବରଗଡ଼ ଉପ ଜିଲାପାଳଙ୍କୁ ମଧ୍ୟ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଇସ୍ତଫା ପତ୍ରରେ ଏକ ଗୁରୁ ଗମ୍ଭୀର ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ସେ ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ତାଙ୍କ ପଡାବାସୀ କହିବାରୁ ସେ ୱାର୍ଡ ମେମ୍ବର ପଦବୀରେ ମନୋନୀତ ହୋଇଥିଲେ। ପରେ ତାଙ୍କୁ ନାଏବ ସରପଞ୍ଚ ମନୋନୀତ କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ପଞ୍ଚାୟତର ସରପଞ୍ଚଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଶରତ କୁମ୍ଭାର ସରପଞ୍ଚ ଦାୟିତ୍ୱରେ ରହିଥିଲେ। ତେବେ ଆରମ୍ଭରୁ ସବୁ ଠିକଠାକ ଚାଲିଥିଲା। ମାତ୍ର ଗତ କିଛି ମାସ ହେଲା, କିଛି ଦୁର୍ବୃତ୍ତ ଦାଦାଗିରି କରି ଦସ୍ତଖତ ମାଗୁଛନ୍ତି ଏବଂ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଫଳରେ ନିଜ ସହ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଆଶଙ୍କା କରି ସରପଞ୍ଚ ପଦବୀରୁ ସେ ଇସ୍ତଫା ଦେଉଛନ୍ତି ବୋଲି ଉପ ଜିଲାପାଳଙ୍କୁ ଲେଖି ଜଣାଇଛନ୍ତି।

ଅନ୍ୟପଟେ ସେ ସରପଞ୍ଚ ପଦବୀରେ ଥିଲେ ମଧ୍ୟ ତାଙ୍କ ଉପରେ ଆଉ କିଛି ବଡ଼ ଲୋକ ଅଛନ୍ତି ଏବଂ ସେମାନଙ୍କ ଚାପ ତାଙ୍କୁ ଅତିଷ୍ଟ କରୁଛି। ସରପଞ୍ଚ ପଦଵୀ ପାଇଁ ତାଙ୍କ ଯୋଗ୍ୟତା ନାହିଁ, ସେ ଅଟୋ ଚଳାଇ ଅନ୍ୟକୁ ସେବା ଦେଇ ଯେଉଁ କିଛି ଅର୍ଥ ରୋଜଗାର କରିବେ ସେଥିରେ ପରିବାର ଗୁଜୁରାଣ ମେଣ୍ଟାଇ ଶାନ୍ତିରେ ରହିବାକୁ ନିଜର ମତ ରଖିଛନ୍ତି।

ତାଙ୍କ ସରପଞ୍ଚ ପଦବୀ ପାଇଁ ବିତସ୍ପୃହତା ଓ ଇସ୍ତଫା ପତ୍ର ସମାଜ ପାଇଁ କେବଳ ଏକ ବାର୍ତ୍ତା ନୁହେଁ ବରଂ ପ୍ରଶାସନ ପାଇଁ ଏକ ଚିନ୍ତାର ବିଷୟ ହୋଇପଡିଛି। କେଉଁମାନେ ତାଙ୍କ ଭଳି ଜଣେ ଜନ ପ୍ରତିନିଧିଙ୍କୁ କେଉଁ ସ୍ବାର୍ଥରେ ଧମକ ଦେଇଥିଲେ ଏବଂ ଦାଦାଗିରି କରି ଦସ୍ତଖତ ପାଇଁ ଚାପ ପ୍ରୟୋଗ କରୁଥିଲେ ଏହାକୁ ବିଚାରକୁ ନନେଇ ପୁଣି ସମୟାନୁଯାଇ ସରପଞ୍ଚ ନିର୍ବାଚନ ପ୍ରଶାସନ ସ୍ଥିର ନକରିବା ଏକ ଆଇନଗତ ପ୍ରଶ୍ନ ହୋଇଥିବାରୁ ଶରତଙ୍କ ଇସ୍ତଫା ବର୍ତ୍ତମାନ ସମୟ ପାଇଁ ଏକ ଚ୍ୟାଲେଞ୍ଚର ପ୍ରଶ୍ନ ହୋଇ ଛିଡା ହୋଇଛି।ଏହି ଭାରପ୍ରାପ୍ତ ସରପଞ୍ଚ ଙ୍କ ଇସ୍ତଫା ଗ୍ରହଣ କରିବା ପୂର୍ବରୁ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ମଧ୍ୟ ତର୍ଜମା କରାଯିବା ଉପରେ ପ୍ରଶାସନ ଗୁରୁତ୍ୱ ଦେବାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାବାରୁ ଶରତ ଙ୍କ ସ୍ୱାଭିମାନ ଇସ୍ତଫା ପତ୍ର ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ