ପୂର୍ଣ୍ଣଗର୍ଭା ହେଲା ହୀରାକୁଦ ନଦୀବନ୍ଧ

ସମ୍ବଲପୁର: ହୀରାକୁଦ ନଦୀବନ୍ଧ ହୋଇଛି ପୂର୍ଣ୍ଣଗର୍ଭା।ନଦୀବନ୍ଧର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟକୁ ସ୍ପର୍ଶ କରିଛି। ଶନିବାର ନଦୀବନ୍ଧକୁ ସେକେଣ୍ଡ ପ୍ରତି ୮୫ହଜାର ୬୪୭ ଘନପୁଟ ଜଳ ପ୍ରବେଶ କରୁଥିବା ବେଳେ ୩ଟି ଫାଟକ,ପାୱାର କେନାଲ, ଆଦି ଦେଇ ସମାନସଂଖ୍ୟଳ ଜଳ ନିଷ୍କାସନ କରାଯାଉଛି।