Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାର ବଦଳିଲା ଯାଇନି ବିଜେଡି ହେଙ୍ଗଓଭର: କାମଚଲାରେ ଚାଲିଛି ଯୋଜନା,ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ପାରିଲେନି ଜନତା

ସମ୍ବଲପୁର:ସରକାର ବଦଳିବା ୧୫ ମାସ ଅତିକ୍ରମ କଲାଣି। କିନ୍ତୁ ଅଫିସର ରାଜରେ ବଦଳିନି ସ୍ଵଭାଵ। ପ୍ରଶାସନିକ କଳର ଯାଇନି ବିଜେଡି ହେଙ୍ଗଓଭର। ଫଳରେ ଯୋଜନା ଚାଲିଛି ସତ କିନ୍ତୁ ପ୍ରଭାବ ଶୂନ୍ୟ ହେଉଛି ସଭା ସମିତିର ଲକ୍ଷ ଓ ଉଦ୍ଦେଶ୍ୟ।ଯାହାର ଏକ ନଗ୍ନ ଉଦାହରଣ ନିକଟରେ ସାମ୍ନା କୁ ଆସିଛି।ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ପାରିଲେନି ଜନତା। ତେଣୁ ବିଭିନ୍ନ ମହଲରେ ଦେଖାଦେଇଛି ପ୍ରତିକ୍ରିୟା।

ନୂଆଦିଲ୍ଲୀରୁ ଭିଡିଓ କନଫରେନିଂ ମାଧ୍ୟମରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ଭୋଧନ କରିଥିଲେ । ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ବାର୍ତ୍ତାଳାପ ହୋଇଥିଲା । ଏଥିପାଇଁ ରାଜ୍ୟର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରରେ ସିଧା ପ୍ରସାରଣ କରାଯାଇଥିଲା । ସେହିପରି ବ୍ଳକ ଓ ପ୍ରତି ପଞ୍ଚାୟତରେ ମଧ୍ୟ ଏହି ବ୍ୟବସ୍ଥା କରାଯିବାକୁ ନିୟମ ରହିଥିଲା। ମାତ୍ର ସମ୍ବଲପୁର ଜିଲ୍ଲା ର ଅଧିକାଂଶ ସ୍ଥାନରେ ଏହା ଥିଲା ପ୍ରଭାବ ଶୂନ୍ୟ। ଏପରିକି ଯୁଯୋମୁରା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସରକାରଙ୍କ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରାଯାଇଛି । ଏଲ୍‌ଇଡି ମାଧ୍ୟମରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରିବାକୁ ନିୟମ ଥିବାବେଳେ ତାହାକୁ ଅଣଦେଖା କରାଯାଇଛି । ଫଳରେ ସାଧାରଣ ଜନତା ପ୍ରଧାନମନ୍ତ୍ରୀ ଭାଷଣ ଶୁଣିବାରୁ ବଞ୍ଚିତ ହୋଇଛନ୍ତି I କେବଳ ନିୟମକୁ ଆଖି ଠାର ଭାବେ କିଛି ପଞ୍ଚାୟତ ମୁଖ୍ୟାଳୟରେ ଲାପଟପ୍ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖାଇବା ବ୍ୟବସ୍ଥା କରାଯାଇଥିଲା । ଫଳରେ ଉପସ୍ଥିତ ଜନତା ଠିକ୍ ଭାବେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ପାରିନଥିଲେ । ଏପରିକି ଝଲକ ମଧ୍ୟ ଦେଖିବାର ସୁବିଧା ନଥିଲା । ତାହା ପୁଣି କିଛି ସମୟ ପରେ ଫଟୋ ଉଠାଇବା ଉପରସ୍ଥ ଅଧିକାରୀ ପଠାଇବା ପରେ ବନ୍ଦ କରାଯାଇଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶ୍ରୀମୋଦି ପିଏମ୍ ଧନ- ଧାନ୍ୟ କୃଷି ଯୋଜନା ଓ ଦଳହନ ଆତ୍ମ ନିର୍ଭରତା ମିଶନର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏଥିସହ ୪୨,୦୦୦କୋଟି ଟଙ୍କାର ବିଭିନ୍ନ କୃଷି ପ୍ରକଳ୍ପରଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଏହାଦ୍ଵାରା ଚାଷୀଙ୍କ ଆୟ ବୃଦ୍ଧି, କୃଷି ଉତ୍ପାଦନର ବିବିଧୀକରଣ ଓ ଗ୍ରାମୀଣ ଅର୍ଥନୀତିର ସଶକ୍ତିକରଣରେ ଏହା ବେଶ ସହାୟକ ହେବ ବୋଲି ଆଶା କରାଯାଉ ଯାଉଛି । ଏସମ୍ପର୍କରେ ଯୁଯୋମୁରା ବିଡିଓ ରାଜେଶ କୁମାର ଏକ୍କାଙ୍କୁ ପଚାରିବାରୁ ନେଟୱାକ ନଥିବା କାରଣ ରୁ କେବଳ ମେଘପାଳ ଓ କେଶାପାଲି ପଞ୍ଚାୟତରେ ଏଭଳି ଅବ୍ୟବସ୍ଥା ହୋଇଥିବା ସ୍ୱୀକାର କରିଥିଲେ ।କିନ୍ତୁ ଏହି ୨ ପଞ୍ଚାୟତ କଣ ଅଧିକାଂଶ ପଞ୍ଚାୟତରେ ସାଧାରଣ ଜନତା କିମ୍ବା ସରକାରୀ ଦଳର ନେତା କର୍ମୀ ମଧ୍ୟ୍ୟ ଏହା ଜାଣିବାର ସୁରାକ ପାଇନଥିଲେ। ବର୍ଷ ବର୍ଷ ଧରି କାର୍ଯ୍ୟାଳୟ ଗୁଡିକରେ ଅଧିକାରୀ ଓ କର୍ମଚାରୀ ରହି ଆସିଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଦେବା ସ୍ୱାଭାବିକ ଘଟଣା ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ସରକାରୀ କାର୍ଯ୍ୟକଳାପ କେବଳ କାମଚଳା ହେଉଥିଲେବି ସରକାରୀ ଲଗାମ ହୁଗୁଳା ଥିବାରୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚି ପାରୁନି ସରକାରଙ୍କ ଅସଲ ବାର୍ତ୍ତା। ସରକାର ନତେଜିଲେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରି ଆଗକୁ ମଧ୍ୟ୍ୟ ସବୁ କାର୍ଯ୍ୟକ୍ରମ ପାଣିଚିଆ ନହେବ କିଏ କହିବ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ