Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝୁଲନ୍ତା ଅବସ୍ଥାରେ ଯୁବକର ଶବ ଉଦ୍ଧାର, ମିଳୁନି ପରିଚୟ

ସମ୍ବଲପୁର: ବୁର୍ଲା ଥାନା ସେହ୍ନାପାଲି ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ବୁର୍ଲା ପୁଲିସ୍ ଉଦ୍ଧାର କରିଛି।ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଘଟଣାର ୨ ଦିନ ପରେ ମଧ୍ୟ କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକର ମିଳିନି ଏଯାଏ ପ୍ରକୃତ ପରିଚୟ।

ମିଳିଥିବା ସୂଚନା ଅନୁଯାୟୀ ବଡ଼ ସିଂହାରୀରୁ ସେହ୍ନାପାଲିକୁ ଯାଇଥିବା ଜଙ୍ଗଲ ରାସ୍ତାର ବନଦୁର୍ଗା ମନ୍ଦିର ନିକଟରେ ଏକ ବାଇକ୍ ଥୁବା ଓ ପଛପଟେ ଜଣେ ଯୁବକ ଗଛରେ ଝୁଲୁଥିବା କିଛି ଲୋକ ଦେଖି ବୁର୍ଲା ପୁଲିସ୍‌କୁ ଖବର ଦେଇଥିଲେ। ଥାନା ଅଧିକାରୀଙ୍କ ସମେତ ପୁଲିସ୍ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ମେଡିକାଲ ପଠାଇଥିଲେ। ରାସ୍ତା କଡ଼ରୁ ବାଇକ୍ (ଓଡି୧୭ଇ ୧୨୭୦)କୁ ପୁଲିସ୍ ଜବତ କରିଛି। ଗାଡ଼ି ନମ୍ବରରୁ କିଛି ସଠିକ ପରିଚୟ ମିଳିନଥୁବା ବେଳେ ଏହା ଫେକ୍ ନମ୍ବର ବୋଲି ପୁଲିସ୍ ସନ୍ଦେହ କରୁଛି। ଯଦି ବାଇକ୍‌ର ନମ୍ବରକୁ ଆଧାର କରି ଦେଖାଯାଏ ତାହାହେଲେ ଗାଡ଼ିଟି ବରଗଡ଼ ଜିଲ୍ଲାର । ଯଦି ଯୁବକ ଜଣକ ବରଗଡ଼ ଜିଲ୍ଲାର ତେବେ ଏଠାକୁ ଆସି କାହିଁ କି ଆତ୍ମ ହତ୍ୟା କଲେ ବୋଲି ପ୍ରଶ୍ନ ଉଠୁଛି। ପୁଣି ଉକ୍ତ ଯୁବକଙ୍କ ଉଭୟ ଗୋଡ଼ ମାଟିରେ ଲାଗିଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ଯା ବୋଲି ଚର୍ଚ୍ଚା ହେଉଛି। ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇ ଏଠାରେ ଶବ ଝୁଲାଇ ଦିଆଯାଇଥ‌ିବା ସନ୍ଦେହ ହେଉଛି।ତେବେ ଘଟଣା ସମ୍ପର୍କରେ ପୁଲିସ୍ କିଛି ସ୍ପଷ୍ଟ କରିନି। ଅଧିକ ତଦନ୍ତ ପରେ ଘଟଣାର ପ୍ରକୃତ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ୍ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ