Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡା. ଶକ୍ତି ଓ ଡା. ଇପ୍ସିତା ସ୍ପିନ-ଫର୍ଟିଲିଟି ଇନଷ୍ଟିଟ୍ୟୁଟ୍, ସମ୍ବଲପୁର ଶାଖାର ଉଦ୍‌ଘାଟନ

ସମ୍ବଲପୁର:ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ଡା. ଶକ୍ତି ଓ ଡା. ଇପ୍ସିତା ସ୍କ୍ରିନ ଫର୍ଟିଲିଟି ଇନଷ୍ଟିଟ୍ୟୁଟ୍, ସମ୍ବଲପୁର ଶାଖାର ଆଜି ଶକ୍ତି ନଗର ନିକଟରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ନିଶୁକ ସ୍ବାସ୍ଥ୍ୟ ଶିବିର ଓ ସିଏମଇ ଆୟୋଜିତ ହୋଇଥିଲା।ଶିବିରକୁ ଆସିଥିବା ସମସ୍ତଙ୍କ ଚିକିତ୍ସା, ନିଦାନ ସହିତ ମାଗଣାରେ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା।

ଏହି ଶାଖାକୁ ପ୍ରୋଫେସର ଡା. ରାସେଶ୍ବରୀ ପାଣିଗ୍ରାହୀ ମୁଖ୍ୟ ଅତିଥ୍ ଭାବେ ଓ ପ୍ରୋଫେସର ଡା. ଗଙ୍ଗାଧର ସାହୁ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବହୁ ପ୍ରଖ୍ୟାତ ଡାକ୍ତର, ଅତିଥି ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ I

ଡାକ୍ତରମାନଙ୍କ ପାଇଁ କଂଟିନୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ) ସେସନ୍ ଆୟୋଜିତ ହୋଇଥିଲା। ଯେଉଁଠାରେ ପ୍ରଜନନ, ପୁନର୍ଜନନ, ଚର୍ମ ଓ ଏଷ୍ଟ୍ରେଟିକ ଚିକିତ୍ସାର ନବୀନତମ ଅଭିନବତା ବିଷୟରେ ଜ୍ଞାନ ଆଦାନ ପ୍ରଦାନ ହୋଇଥିଲା ।

ଡା. ଶକ୍ତି କୁମାର ତ୍ରିପାଠୀ ଓ ଡା. ଇପ୍ସିତା ଦେବତାଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ସଂସ୍ଥା, ଓଡ଼ିଶାରେ ଫର୍ଟିଲିଟି, ଚର୍ମ, ଏଷ୍ଟ୍ରେଟିକ, କସ୍ମେଟିକ ଗାଇନିକୋଲୋଜି ଓ ରିଜେନେରେଟିଭ୍ ମେଡିସିନ୍ କ୍ଷେତ୍ରରେ ଏକ ସମଗ୍ର ଓ ରୋଗୀ -କେନ୍ଦ୍ରିତ ଆଧୁନିକ ସେବା ପାଇଁ କାର୍ଯ୍ୟ କରୁଛି ବୋଲି ଡା. ତ୍ରିପାଠୀ ଓ ଡା. ଦେବତା ଉଣାଇଛନ୍ତି।

ଶେଷରେ ସଂସ୍ଥାର ନିର୍ଦ୍ଦେଶକ ଡା. ଶକ୍ତି କୁମାର ତ୍ରିପାଠୀ ଏବଂ ଡ଼ା ଇପ୍ସିତା ଦେବତା ସମସ୍ତଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ