ଯୁବକଙ୍କୁ ଗଳା କାଟି ହତ୍ୟା

ସମ୍ବଲପୁର:ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ସତୀଜୋର ନିକଟ ୫୩ ନମ୍ବର ସମ୍ବଲପୁର – ବରଗଡ଼ ଜାତୀୟ ରାଜପଥ କଡ଼ରେ ଜୈନେକ ବ୍ୟକ୍ତିଙ୍କୁ ଗଲା କାଟି ହତ୍ୟା କରାଯାଇଥିବା ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି।
ମିଳିଥିବା ସୂଚନା ମତେ ଗୋଡଭଗା ସତୀଜୋର୍ ପାଖରେ ବ୍ୟକ୍ତିଙ୍କ ଗଲା କାଟି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଘଟଣା ସ୍ଥଳରେ ଅତାବିରା ଓ ଗୋଡଭଗା ପୋଲିସ ପହଞ୍ଚି ଛାନଭିନ ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ହେଉଛନ୍ତି ବରଗଡ଼ ଜିଲା ବରାହଗୋଡା ଗ୍ରାମାଞ୍ଚଳ ଥାନା ବରାହଗୋଡା ଗୌରାଙ୍ଗ ଟିକ୍ରା ଗ୍ରାମର ୫୫ ବର୍ଷୀୟ ମହାଦେବ ସାହୁ । ଅତାବିରା ଥାନା ସରଣ୍ଡା ଗ୍ରାମର ମହାଦେବଙ୍କ ଶାଳକ ପ୍ରମୋଦ ଗଡ଼ତିଆ ମୃତଦେହକୁ ଚିହ୍ନଟ କରିଥିଲେ। ପରେ ଏ ନେଇ ସେ ଅତାବିରା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଅତାବିରା ଥାନା ପୋଲିସ ସହ ସମ୍ବଲପୁର ସାଇଣ୍ଟିଫିଟ ଟିମ ପହଞ୍ଚି ଘଟଣାର ଛାନଭିନ କରୁଛନ୍ତି। ସନ୍ଧାନୀ କୁକୁର ଆସିବାପରେ ତଦନ୍ତ ଆଗକୁ ବଢିବା ସମ୍ଭାବନା ଥିବା ପୋଲିସ କହିଛି। ତେବେ ଏଭଳି ଜଘନ୍ୟ ହତ୍ୟା କିଏ ଓ କାହିଁକି କଲା ତାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି।