Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଯୋଗ ସଂସ୍ଥାନର ଯୋଗ ଦିବସ ପାଳନ

ସମ୍ବଲପୁର:ସ୍ଥାନୀୟ ଭୀମ ଭୋଇ ପାର୍କ ଠାରେ ଭାରତୀୟ ଯୋଗ ସଂସ୍ଥାନର ୫୯ ତମ ଯୋଗ ଦିବସ ଅକ୍ଟୋବର ୧୨ ତାରିଖ ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ସଂସ୍ଥାନର ଓଡିଶା ପ୍ରାନ୍ତର ଉପସଭାପତି ଶ୍ରୀ ପ୍ରାଣବନ୍ଧୁ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦ ଜଣ ସାଧକ ସାଧିକା ଯୋଗ ଦେଇ ବିଭିନ୍ନ ଆସନ, ପ୍ରାଣାୟମ ଓ ଧ୍ୟାନ ଅଭ୍ୟାସ କରିଥିଲେ । ନିୟମିତ ଯୋଗାଭ୍ୟାସ ଦ୍ବାରା ଶାରୀରିକ, ମାନସିକ, ବୌଦ୍ଧିକ ତଥା ଆଧ୍ୟାତ୍ମିକ ବିକାଶ ହୋଇଥାଏ ବୋଲି ଉଦାହରଣ ସହ ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ପରିପ୍ରକାଶ କରିଥିଲେ । କ୍ଷେତ୍ର ପ୍ରଧାନ ଶ୍ରୀ ଅକ୍ଷୟ କୁମାର ଚାନ୍ଦ ଭାରତୀୟ ଯୋଗ ସଂସ୍ଥାନର ପରିଚୟ ପ୍ରଦାନ କରି ସ୍ବାଗତ ଭାଷଣ ଦେଇଥିଲେ ଏବଂ କ୍ଷେତ୍ର ଉପଦେଷ୍ଟା ଶ୍ରୀ ଅନୁପ ଅଗ୍ରଓ୍ବାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଶାନ୍ତିଲତା ପାଣ୍ଡେ ସଂଯୋଜନା କରିଥିଲେ ।ସର୍ବଶ୍ରୀ ବିରେନ୍ଦ୍ର ମେହେର, ପୁଷ୍ପାଞ୍ଜଳୀ ଠାକୁର, ତ୍ରିଲୋଚନ ମହାରଣା, ବାବଲୁ ବିଶ୍ବାଳ, ନିତ୍ୟାନନ୍ଦ ପଣ୍ଡା, ଦୀନବନ୍ଧୁ ପଣ୍ଡା , କାଶୀନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ